ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ : ଗୁମ୍ମା ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ମିନି ଷ୍ଟାଡିୟମ ରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସ ସୋମବାର କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ ଗଜପତି ଜିଲ୍ଲା ଗୁମ୍ମା ଗ୍ରାମର ଭଲିବଲ ଟିମ୍ ପ୍ରତିପକ୍ଷ ପାଣିଗଣ୍ଡା ଗ୍ରାମ ର ଭଲିବଲ ଟିମ୍ କୁ ଲଗାତାର ୨ ସେଟ୍ ରେ ପରାଜିତ କରି ପରବର୍ତ୍ତୀ ମ୍ୟାଚ୍ କୁ ଉନ୍ନୀତ ହୋଇଛି। ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟ ର ଦ୍ଵିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ କୁ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କ୍ରୀଡା ଶିକ୍ଷକ ଅମ୍ବିକା ପ୍ରସାଦ ସେଠୀ, କାଉନସିଲର ଦୀପକ କୁମାର ମିଶ୍ର, ସୁନୀଲ କୁମାର ପଣ୍ଡା,କାଉନସିଲର ପ୍ରତିନିଧି ରଞ୍ଜିତ ବେହେରା, ଇ.ଶଙ୍କର,ସାମାଜିକ କର୍ମୀ ରବୀନ୍ଦ୍ର ମାର୍ଥା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଟୁର୍ନାମେଣ୍ଟ ଆୟୋଜକ ଅର୍ଦ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ମ୍ୟାଚ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ , ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ପାଣିଗଣ୍ଡା ଭଲିବଲ ଟିମ୍ ର ଜିମି ନାୟକ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ସନାତନ ରେଡ୍ଡୀ,ବୈକୁଣ୍ଠ ନାଥ ସ୍ବାଇଁ ଙ୍କ ସମେତ ସଭ୍ୟ ବୃନ୍ଦ ମ୍ୟାଚ୍ ପରିଚାଳନା ରେ ସହଯୋଗ କରିଥିଲେ ।


