ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମ  ରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ୭ମ ଦିବସ ରବିବାର  ଫାଇନାଲ ମ୍ୟାଚ୍ ରେ ଗଜପତି ଜିଲା ର ଗୁମ୍ମା ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ ବ୍ରହ୍ମପୁର ର ପାୱାର ସିକ୍ସ  ଭଲିବଲ ଟିମ୍ କୁ ପରାଜିତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଫାଇନାଲ ମ୍ୟାଚ୍ ରବିବାର ବିଳମ୍ବିତ ରାତି କ୍ରୟ ୧୨ ଟାରେ ସରିଥିଲା ।ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟ ର ଉଦଯାପନ ଉତ୍ସବ ରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁମ୍ମା ଗ୍ରାମର ଚାମ୍ପିୟନ ଟିମ୍ କୁ ୩୩୩୩୩ ଟଙ୍କା ଓ କପ୍ ସିଲ୍ଡ ପ୍ରଦାନ କରିଥିଲେ। ରନର୍ସଅପ୍ ହୋଇଥିବା ପାୱାର ସିକ୍ସ ଟିମ୍ କୁ ଅନ୍ୟତମ ଅତିଥି ତଥା ଟୁର୍ନାମେଣ୍ଟ ଆୟୋଜକ କମିଟି ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ  ୨୨୨୨୨ ଟଙ୍କା ଓ କପ୍ ସିଲ୍ଡ ପ୍ରଦାନ କରିଥିଲେ। ସମୁଦାୟ  ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳି କନ୍ଧମାଳ ଜିଲା ବାରଖମା ର ବିଟୁ ଓରଫ ଢ଼ାମଣା ନାୟକ ଙ୍କୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା କାଉନସିଲର ଦୀପକ କୁମାର ମିଶ୍ର  ରୌପ୍ୟମୁଦ୍ରା ସହ ଏକ ନୂଆ ସାଇକେଲ ପ୍ରଦାନ କରିଥିଲେ।  ଅନ୍ୟତମ ଅତିଥି ରୂପେ ବରିଷ୍ଠ କ୍ରୀଡାବିତ ଦୁର୍ଗାପ୍ରସାଦ ଦାସ , ସାମାଜିକ କର୍ମୀ ଗଣେଶ ବ୍ରହ୍ମା , ଗଡ଼ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ , କାଉନସିଲର ନୀଳମାଧବ ଗୌଡ଼ ପ୍ରମୁଖ ଯୋଗଦେଇ ଉଭୟ ଟିମ୍ ର ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଆୟୋଜକ କମିଟି ସଭ୍ୟ  ବୈକୁଣ୍ଠନାଥ ସ୍ବାଇଁ , ରଞ୍ଜିତ ବେହେରା , ନରେନ୍ଦ୍ର ସାହୁ , ଆର୍ . ମୁନା , ଶିବରୁଦ୍ର ନାୟକ , ସନାତନ ରେଡ୍ଡୀ , ଶଙ୍କର ମହାରଣା , ହୃଦୟ ନନ୍ଦ , କାଳିଆ ରେଡ୍ଡୀ , ରବିନ୍ଦ୍ର ମାର୍ଥା , ସମ୍ବୁଜ ଦଳାଇ , ସରୋଜ ଦଳାଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ