ମୁନିଗୁଡ଼ାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାର ନିମନ୍ତେ ପ୍ରଗତି ମଞ୍ଚ ତରଫରୁ ସ୍ମାରକ ପତ୍ର ପ୍ରଦାନ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ) :ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାର ନିମନ୍ତେ ପ୍ରଗତି ମଞ୍ଚ ତରଫରୁ ମଞ୍ଚର ସଦସ୍ୟ ମାନେ ମୁନିଗୁଡା ଏସଡିପିଓ ସନ୍ତୋଷିନୀ ଓରାମ ଓ ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ସହ ସୌଜନ୍ମୂଳକ ସାକ୍ଷାତ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି, ଏହି ଅବସରରେ ମୁନିଗୁଡ଼ା ପ୍ରଗତି ମଞ୍ଚ ସଭାପତି ସିଏଚ ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଶନିବାର ସନ୍ଧ୍ୟାରେ ଏକ ପ୍ରତିନିଧି ମଣ୍ଡଳୀ ମୁନିଗୁଡ଼ା ଏସଡ଼ିପିଓ ଶ୍ରୀମତୀ ଓରାମଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସ୍ମାରପତ୍ର ପ୍ରଦାନ ପରେ ମୁନିଗୁଡାରେ ଦିନକୁ ଦିନ ଚୋରି ଘଟଣା ବଢିବ ସହ ଟ୍ରାଫିକ ସମସ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାର ନିମନ୍ତେ ଆଲୋଚନା ହୋଇଥିଲା, ଆଲୋଚନା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ପ୍ରଗତି ମଞ୍ଚର ସହ ସମ୍ପାଦକ ମନୋରଞ୍ଜନ ଦଳାଇ,କୋଷାଧକ୍ଷ ନନ୍ଦ କିଶୋର ପଟ୍ଟନାୟକ,ଉପଦେଷ୍ଟା ପ୍ରଦୀପ ପରିଛା,ସୁଦାମ ପଣ୍ଡା, ନରେଶ ପାତ୍ର,ଲାଡି ଶଙ୍କର ରାଓ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ,ଦିନକୁ ଦିନ ମୁନିଗୁଡାରେ ଅସାମାଜିକ ତତ୍ତ୍ଵ ମାନଙ୍କ ଗତିବିଧି ଓ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଇଛି ଯାହା ଫଳରେ ସାଧାରଣ ଜନତା ବିଭିନ୍ନ ସମସ୍ୟା ଓ ଭୟ ମଧ୍ୟରେ ରହୁଥିବା ଜଣାପଡିଛି,ଏଥିସହ ଏଇ କେତେ ଦିନ ହେବ ମୁନିଗୁଡାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି,ମହିଳା ମାନଙ୍କ ଠାରୁ ସୁନା ଚେନ୍ ଛିଣ୍ଡାଇ ନେଇଯିବା,ଘରେ ପସି ଆକ୍ରମଣ କରି ଲୁଟ କରିବା ଭଳି ସଙ୍ଗୀନ ମାମଲା ମୁନିଗୁଡ଼ା ସହରରେ ଘଟି ଚାଲିଛି। ଲୁଟେରା ମାନଙ୍କ ଉପଦ୍ରବ ସାଧାରଣ ଲୋକଙ୍କୁ ଚିନ୍ତିତ ଓ ଭୟଭିତ କରି ଦେଇଥିବା ବେଳେ ଗୋଟିକ ପରେ ଗୋଟିଏ ଅଘଟଣ ମୁନିଗୁଡାର ଘଟି ଚାଲିଥିବା ବେଳେ ଲୁଟେରା ମାନଙ୍କ ପତ୍ତା ମିଳୁ ନଥିବା ସାଧାରଣ ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି। ଶୁଣିବାକୁ ମିଳୁଛି ମୁନିଗୁଡ଼ା ଥାନାରେ ଦକ୍ଷ ପୁରୁଷ ପୋଲିସ ଅଫିସର ମାନଙ୍କ ଅଭାବ ଏହାର ଅନ୍ୟତମ କାରଣ ଯେଉଁ ଦକ୍ଷ ଅଫିସର ମାନେ ପୂର୍ବରୁ ଏଠାରେ ଥିଲେ ବିଭାଗ ସେମାନଙ୍କୁ ଅନ୍ୟତ୍ର ବଦଳି କରିଦେଇଛି। ଏଣୁ ବିଭିନ୍ନ କେଶର ତଦନ୍ତରେ ଶିଥିଲତା ପ୍ରକାଶ ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ଦ୍ବିତୀୟତଃ ଆବଶ୍ୟକ ସଂଖ୍ୟକ ପୋଲିସ ନଥିବାରୁ ରାତ୍ର ପେଟ୍ରୋଲିଂ ପୂର୍ବଭଳି ହେଉନାହିଁ। ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା ସରକାର ଓ ପୋଲିସ ପ୍ରଶାସନର ଦାୟିତ୍ୱ ହେଲେ ମୁନିଗୁଡ଼ା ସହରରେ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ଦୟନୀୟ ହୋଇ ପଡିଥିବା କାରଣରୁ ଜନ ସାଧାରଣଙ୍କ ମନରେ ଭୟ ଦେଖାଦେଇଛି। ଆବଶ୍ୟକ ଦକ୍ଷ ପୁରୁଷ ପୋଲିସ ଅଫିସର ମୁନିଗୁଡ଼ା ଥାନାକୁ ଯୋଗାଇ ଦେବା ସହ ସାଧାରଣ ଲୋକଙ୍କ ଧନ ଓ ଜୀବନ ସୁରକ୍ଷାର ସୁବ୍ୟବସ୍ଥା କରାଇବାକୁ ପ୍ରଗତି ମଞ୍ଚ ତରଫରୁ ନିବେଦନ କରାଯାଇଛି। ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଓରାମ ପ୍ରଗତି ମଞ୍ଚକୁ ପେଟ୍ରୋଲିଂ ଓ ଅନ୍ୟାନ୍ୟ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ପ୍ରତିଶ୍ରୁତି ଦେବା ସହ ଥାନା ଅଧିକାରୀ ଶ୍ରୀମତୀ ବେହେରାଙ୍କୁ ଏହା ଉପରେ ବିହୀତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ