ପ୍ରଗତିଶ୍ରୀ ମହିଳା ସମିତି ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ସହଦେବଖୁଣ୍ଟାର ବ୍ୟାସକବି ନଗରସ୍ଥିତ ଛଚିନା ସାହିରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ‘ପ୍ରଗତିଶ୍ରୀ ମହିଳା ସମିତି’ ଓ ‘ଗୁରୁକୂଳ ଯୋଗକେନ୍ଦ୍ର’ର ମିଳିତ ସହଯୋଗରେ ଗୁରୁବାର ଦିନ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ମାମିନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ମହିଳା ସମିତିର ଜିଲ୍ଲା ସଭାନେତ୍ରୀ ବନ୍ଦନା ବିଶ୍ୱାସ, ସାମାଜିକ କର୍ମୀ ଗୌରୀରାଣୀ ଉପାଧ୍ୟାୟ, ସିପିଆଇ ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ ଓ ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଯୋଗଦେଇ ବିଶ୍ୱ ମହିଳା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଅନ୍ଧବିଶ୍ୱାସ ଓ କୁସଂସ୍କାର ପରିତ୍ୟାଗ କରି ମହିଳାମାନେ ସଂବିଧାନ ପ୍ରଦତ୍ତ ସମସ୍ତ ଅଧିକାର ଓ ଦେଶପ୍ରତି କର୍ତ୍ତବ୍ୟକୁ ସୁସମ୍ପାଦନ କରିବାକୁ ବକ୍ତାମାନେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ସମିତି ପକ୍ଷରୁ ନିହାରିକା ପଟ୍ଟନାୟକ ଓ ସୁସ୍ମିତା ଦାସ ମଙ୍ଗରାଜ ଓ ଯୋଗକେନ୍ଦ୍ର ପକ୍ଷରୁ ଇତିଶ୍ରୀ ବେଜ୍ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଐକ୍ୟବଦ୍ଧ ହେବାକୁ କହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରତିମା ପରିଡ଼ା ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସରିତା ରାୟ ଓ ରାନୀ ଜେନା ପ୍ରମୁଖ ସହଯୋଗ କରିଥିଲେ। କନକ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ