ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ ଅନୁଷ୍ଠିତ

ଆସିକା  (ୱାଇଏନ୍‍ଏସ୍‍) : ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବା ପାଇଁ ପ୍ରଥମେ ନିଜ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ନିଜର ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବା ପାଇଁ ଆସିକା କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁ ବିଦ୍ୟମନ୍ଦିରର ୨୦ତମ ବାର୍ଷିକ ଉତ୍ସବରେ ବହୁ ବକ୍ତା ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । କଲେଜଛକ ତଥା ଏହାର ଆଖପଖ ଅଞ୍ଚଳରେ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିବା ଦିଗରେ ଗତ ୨୦୦୧ ମସିହାରେ ସ୍ଥାପିତ ହୋଇଥିବା ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିରର ୨୦ତମ ବାର୍ଷିକୋତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଶିକ୍ଷାନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଅରୁଣ କୁମାର ଗୌଡ ଓ ପରିଚାଳନା କମିଟିର ପ୍ରତିଷ୍ଠାତା ସଂପାଦକ ବିଜୟ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । କଲେଜଛକ ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ସମାଜସେବୀ ବଂଶୀଧର ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଗାୟତ୍ରୀ ପରିବାରର ସଂଯୋଜକ ଇଂ ତ୍ରିନାଥ ସେଠୀ, ଶିକ୍ଷାବିକାଶ ସଂସ୍ଥାନ ଦକ୍ଷିଣ କ୍ଷେତ୍ରର ସଭାପତି ସୂର୍ଯ୍ୟପ୍ରକାଶ ମିଶ୍ର, ସରକାରୀ ଟେକ୍ନିକାଲ୍‍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଦେବହରି ମହାନ୍ତି, ସମାଜସେବୀ ସୁଶିଲ୍‍ କୁମାର ରାଉତ, ଅବସରପ୍ରାପ୍ତ ସେନା କର୍ମଚାରୀ ସୁବାସ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ପାଠପଢା ସହିତ ଖେଳକୁଦ, ସାଧାରଣ ଜ୍ଞାନ, କୁଇଜ, ମେଧାବୃତ୍ତି ପରୀକ୍ଷା, ଏନ୍‌ଆରଟିଏସ୍ ପରୀକ୍ଷା ଇତ୍ୟାଦି କ୍ଷେତ୍ରରେ ନିଜର ପାରଦର୍ଶିତା ବଜାୟ ରଖିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ପ୍ରକାଶ କରିବା ସହ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସାଧନା, ତ୍ୟାଗ ଓ କର୍ମତତ୍ପର ହେବାକୁ ପରାମର୍ଶ ଦେଇଥିଲେ । ଆସିକା ବ୍ଳକ ଅନ୍ତର୍ଗତ କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିରର ୨୦ତମ ବାର୍ଷିକୋତ୍ସବ ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା ବେଳେ ଉଲ୍ଲେଖନୀୟ କୃତିତ୍ୱ ଲାଗି ଶିକ୍ଷାନୁଷ୍ଠାନର ପ୍ରତିଭାବାନ୍‍ ବିଦ୍ୟାର୍ଥୀ ଗଣେଶ ବେହେରା ଓ ଭୂମିକା ବିଶ୍ୱାଳଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃôତ କରାଯାଇଥିଲା । ଶିକ୍ଷାନୁଷ୍ଠାନର ବାର୍ଷିକୋତ୍ସବ ଅବସରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବିମୋହିତ କରିଦେଇଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ, ସଚେତନ ନାଗରିକ, ଗୁରୁଜୀ ଗୁରୁମା, ଅଧ୍ୟାପକ, ଅଧ୍ୟାପିକା, ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁ ବିଦ୍ୟାମନ୍ଦିରର ୨୦ତମ ବାର୍ଷିକ ଉତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଂପାଦକ ବିଜୟ କୁମାର ଜେନା, ପ୍ରଧାନାଚାର୍ଯ୍ୟ ଅରୁଣ କୁମାର ଗୌଡ, ଗୁରୁଜୀ ଶତୃଘ୍ନ ନାହାକ, ଗୁରୁମା ରୀତାଞ୍ଜଳୀ ସାହୁ, ତୃପ୍ତିମୟୀ ତ୍ରିପାଠୀ, ଭାରତୀ ବିଷୋୟୀ, ଶ୍ରାବଣୀ ମହାରଣା, କାଜଲ୍‍ ମହାରଣା, ବବିତା ରାଉତ, ଭବାନୀ ନାୟକ, ପ୍ରିତିରାଣୀ ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ