ପ୍ରମୋଦ କୁମାରଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ
ହାଟଡିହି (ଓ୍ବାଇଏନଏସ): “ମାନବ ସେବା ହିଁ ମାଧବ ସେଵା”ଏହାକୁ ଜୀବନର ବ୍ରତ ଭାବେ ଧରି ନେଇଥିବା ଅବସର ପ୍ରାପ୍ତ ଗୃହ ବିଭାଗର ଯୁଗ୍ମ ସଚିବ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତ୍ ନିଜର ଉଲ୍ଲେଖନୀୟ ସେବା ଓ ଦାୟିତ୍ଵ ପ୍ରତି ପ୍ରତିବଦ୍ଧତା ପାଇଁ ୭୯ ତମ ସ୍ବାଧିନତା ଦିବସ ଅବସରରେ “ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ” ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝିଙ୍କ ଠାରୁ ଗ୍ରହଣ କରିଛନ୍ତି। ସେ ୧୯୮୭ ମସିହାରୁ ବେସାମରିକ ପ୍ରତିରକ୍ଷା ସଂଗଠନ ଭୁବନେଶ୍ଵରରେ ଯୋଗଦାନ କରି ବିଗତ ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନିଷ୍ଠାପର ସେଵା କରି ଆସୁଛନ୍ତି। ୧୯୯୯ ମସିହା ମହାବାତ୍ୟା,୨୦୧୩ ମସିହା ଫାଇଲିନ୍ ବାତ୍ୟା,୨୦୧୪ ହୁଡ୍ ହୁଡ୍ ଓ ୨୦୧୯ ମସିହା ଫନି ଵାତ୍ଯା,କୋଭିଡ୍ ମହାମାରି ତଥା ପ୍ରତିବର୍ଷ ପୁରୀରେ ରଥଯାତ୍ରା ସମୟରେ ନିଜର ନିଃସ୍ଵାର୍ଥପର ସେଵା ପାଇଁ ଉଚ୍ଚ ପ୍ରଶଂସିତ । ସେ ହାଟଡିହି ବ୍ଲକ ଓରାଳି ଗ୍ରାମର ଶ୍ରୀଯୁକ୍ତ ଧରଣୀଧର ରାଉତ୍ ଓ ତୁଳସୀ ରାଉତ୍ ଙ୍କର ଜ୍ୟେଷ୍ଠ ପୁତ୍ର ଏବଂ ହାଟଡିହିର ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିନୋଦ୍ କୁମାର ରାଉତଙ୍କ ଜ୍ୟେଷ୍ଠ ଭ୍ରାତା ଅଟନ୍ତି ।ପ୍ରକାଶ ଥାଉକି ଶ୍ରୀ ରାଉତ୍ ୧୯୯୯ ମହାବାତ୍ୟାରେ ଉଲ୍ଲେଖନୀୟ ସେଵା ପାଇଁ ୨୦୦୮ ମସିହାରେ ମଧ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଠାରୁ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କର ଏହି ମହାନ୍ ସଫଳତା ପାଇଁ ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।