ଆସିକା ସମବାୟ ଚିନିଶିଳ୍ପର ଆଖୁପେଡା ଋତୁ ପାଇଁ ପୂଜାର୍ଚ୍ଚନା

ଆସିକା (ୱାଇଏନ୍‍ଏସ୍‍) : ଆସିକା ସମବାୟ ଚିନିଶିଳ୍ପର ୨୦୨୫-୨୬ ବର୍ଷ ନିମନ୍ତେ ୬୩ତମ ଆଖୁପେଡା ଋତୁ ଶୁକ୍ରବାର ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର ୬୩ତମ ଆଖୁପେଡା ଋତୁ ଆରମ୍ଭ ଅବସରରେ ଅନୁଷ୍ଠିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା କର୍ତ୍ତା ରୂପେ ରହି ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟରେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଶେରଗଡ ନିକଟସ୍ଥ ମଥୁରା ଗ୍ରାମର ବିଦ୍ୱାନ ପଣ୍ଡିତ ଗୋପାଳକୃଷ୍ଣ ହୋତା ଓ ଲକ୍ଷ୍ମୀକାନ୍ତ ହୋତାଙ୍କ ମନ୍ତ୍ରୋଚାରଣରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦର ଉପସଭାନେତ୍ରୀ ସ୍ନେହଲତା ଚାନ୍ଦ, ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ, ବସନ୍ତ କୁମାର ଦଳେଇ, ନିରଞ୍ଜନ ପ୍ରଧାନ, ଉଦୟ ପ୍ରଧାନ, ସରିତ ପ୍ରଧାନ, ଧର୍ମୁ ପ୍ରଧାନ, ରତ୍ନାକାର ସାହୁ, ଶତୃଘ୍ନ ଭୂୟାଁ, ଅରାଲୁ ରେଡି, ଗୀତା ପାତ୍ର, ସମବାୟ ଚିନିଶିଳ୍ପର ସଂପାଦକ ସନ୍ତୋଷ କୁମାର ମଲିକ, ଚିନିଶିଳ୍ପର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧି, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଇଂ ଶ୍ରୀନିବାସ ସାହୁ, ଚିନିଶିଳ୍ପର କ୍ଷିପ୍ରଲେଖକ (ଷ୍ଟେନୋ) ବିଶ୍ୱନାଥ ପାଣିଗ୍ରାହୀ, ଆଖୁଉନ୍ନୟନ ପୂର୍ଯ୍ୟବେକ୍ଷକ ବାଇଧର ନାହାକ, ଚିରଞ୍ଜିବୀ ମହାନ୍ତି, ଧ୍ରୁବଚରଣ ସାହୁ, ସୁକାନ୍ତ ପଣ୍ଡା, ଦିଲୀପ କୁମାର ସ୍ୱାଇଁ, କାମେଶ୍ୱର ବେହେରା, ଆଖୁବିଭାଗର ମୁଖ୍ୟକିରାଣୀ ପ୍ରଶାନ୍ତ କୁମାର କର, ସିଭିଲ୍‍ ଇଞ୍ଜିନିୟର୍‍ ଇଂ ଅରୁଣ କୁମାର ପାତ୍ର, ଚିନିଶିଳ୍ପର କର୍ମଚାରୀ ଅନିଲ୍‍ କୁମାର ଦାଶ, ଶ୍ରୀପାଳି ସୁନ୍ଦର ଦାଶ, ଅକ୍ଷୟ କୁମାର ସ୍ୱାଇଁ, ବିଶ୍ୱନାଥ ବିଶ୍ୱାଳ, ସିମାଞ୍ଚଳ ମହାନ୍ତି, ଦୁଷ୍ମନ୍ତ କୁମାର ପାଢୀ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ଜ୍ୟୋତିର୍ମୟୀ ରାଉତ, ବିଷ୍ଣୁପ୍ରସାଦ ଜେନା, ରାମପ୍ରସାଦ ଶତପଥୀ, ଦିଲୀପ କୁମାର ଗୌଡ, ଏମ୍‍.ରାମବାବୁ ଦୋରା, ଦାମୋଦର ସିୟ, ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ରାଜେଶ୍‍ କୁମାର ନାୟକ, ସୁଶାନ୍ତ କୁମାର ପାତ୍ର, ସତ୍ୟବାନ୍‍ ଲେଙ୍କା, ସନ୍ତୋଷ କୁମାର ପଟ୍ଟନାୟକ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ସୁମନ୍ତ କୁମାର ପଟ୍ଟନାୟକ, ଉଲ୍ଲାସ କୁମାର ରେଡି, ବିକାଶ ପଟ୍ଟନାୟକ, ରାଧାମାଧବ ନାହାକ, ଆଖୁ ଉନ୍ନୟନ ସହାୟକ ରାଜକିଶୋର ପାଢୀ, ଜଗନ୍ନାଥ ପଟ୍ଟନାୟକ, ଲଲାଟେନ୍ଦୁ ସ୍ୱାଇଁ, ଅମିତ୍‍ କୁମାର ବିଶ୍ୱାଳ, ଚିନିଶିଳ୍ପର କର୍ମଚାରୀ ପୁରେନ୍ଦ୍ର ବେହେରା, ଜଗଦିଶ ପାତ୍ର, ବିଭୁତି ମହାରଣା, ବିପିନ୍‍ କୁମାର ସ୍ୱାଇଁ, ଲକ୍ଷ୍ମୀନାରାୟଣ ଶତପଥୀ, ସୁରେନ୍ଦ୍ର ନାହାକ, ସନ୍ତୋଷ କୁମାର ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ଦୁତିକୃଷ୍ଣ ଦାଶ, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ଚିନିଶିଳ୍ପ ପରିଚାଳନା ପରିଷଦର ବହୁ ସଦସ୍ୟ, ବିଭିନ୍ନ ବିଭାଗର ବହୁ ପ୍ରଶାସନିକ ଅଧିକାରୀ, କ୍ଷେତ୍ର କର୍ମଚାରୀ, ଚିନିଶିଳ୍ପ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷର ଆଖୁପେଡା ଋତୁକୁ ସୁରୁଖୁରୁରେ ସଂପାଦନ କରିବା ପାଇଁ ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଥିଲା । ୧୯୬୩ ମସିହା ଡିସେମ୍ବର ମାସରୁ ଆସିକା ସମବାୟ ଚିନିଶିଳ୍ପର ପ୍ରଥମ ଆଖୁପେଡା ଋତୁ ଆରମ୍ଭ ହୋଇଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଆଖୁଚାଷୀମାନେ ଆଖୁଚାଷ କରିବାକୁ ଯେଭଳି ଆଗ୍ରହ ପ୍ରକାଶ କରିବେ ତାହାକୁ ଦୃଷ୍ଟିରେ ରଖି ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦ ସଭାପତି ରବିନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଚିନିଶିଳ୍ପ ପକ୍ଷରୁ ବହୁବିଧ ପଦକ୍ଷେପମାନ ନିଆଯାଉଥିବା ଦେଖିବାକୁ ମିଳିଛି । ଗତ ୨୦୧୨-୧୩ ଆଖୁପେଡା ଋତୁରେ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା ସମବାୟ ଚିନିଶିଳ୍ପ ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳର ୯୪୬୨ ଏକର ଜମିରେ ଆଖୁଚାଷ କରି ୧ ଲକ୍ଷ ୯୦ ହଜାର ମେଟ୍ରିକ ଟନ୍ ଆଖୁ ପେଡି ୧ ଲକ୍ଷ ୪୬ ହଜାର ୪୬୨ କୁଇଣ୍ଟାଲ୍‍ ଚିନି ଉତ୍ପାଦନ କରିଥିବା ବେଳେ ୨୦୧୩-୧୪ ଆଖୁପେଡା ଋତୁରେ ୮୭୦୭ ଏକର ଜମିରେ ଆଖୁଚାଷ କରି ୧ଲକ୍ଷ ୩୨ ହଜାର ୪୨୧ ମେଟ୍ରିକଟନ୍ ଆଖୁପେଡି ୯୨୨୦୮ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା । ସେହିଭଳି ୨୦୧୪-୧୫ ଆଖୁପେଡା ଋତୁରେ ୭୬୦୪ ଏକର ଜମିରେ ଆଖୁଚାଷ କରି ୯୮ ହଜାର ୦୮୨.୧୭ ମେଟ୍ରିକଟନ୍ ଆଖୁ ପେଡି ୮୨୩୬୭ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହେଇଥିଲା । ୨୦୧୫-୧୬ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ୫୧୩୨ ଏକର ଜମିରେ ଆଖୁଚାଷ କରି ୧ଲକ୍ଷ ୯ହଜାର ୨୯୫ ମେଟ୍ରିକ୍ ଟନ୍ ଆଖୁପେଡି ପ୍ରାୟ ୮୫ହଜାର କୁଇଣ୍ଟାଲ୍ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା ବେଳେ ୨୦୧୬-୧୭ ଆଖୁପେଡା ଋତୁରେ ୪୪୫୫ ଏକର ଜମିରେ ଆଖୁଚାଷ କରି ୭୭ହଜାର ମେଟ୍ରିକ୍ ଟନ୍ ଆଖୁପେଡି ୬୦ହଜାର ୮୪୬ କୁଇଣ୍ଟାଲ୍ ଚିନି ଉତ୍ପାଦନ କରିଥିଲା ବେଳେ ୨୦୧୭-୧୮ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ୩୭୨୮ ଏକର ଜମିରେ ଆଖୁଚାଷ କରି ୭୩ ହଜାର ୭୬୯ ମେଟ୍ରିକ୍ ଟନ୍ ଆଖୁପେଡି ପ୍ରାୟ ୫୮ହଜାର କୁଇଣ୍ଟାଲ ଚିନି ଉତ୍ପାଦନ କରିଥିଲା। ୨୦୧୮-୧୯ ଆଖୁପେଡା ଋତୁରେ ସମବାୟ ଚିନିଶିଳ୍ପ ସମୁଦାୟ ୪୧୯୫ ଏକର ଜମିରେ ଆଖୁଚାଷ କରି ୫୪ ହଜାର ୭୭୧ ମେଟ୍ରିକଟନ୍ ଆଖୁପେଡି ୬୭ହଜାର୯୧୮କୁଇଣ୍ଟାଲ୍ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା। ଗତ ୨୦୧୯-୨୦ ଆଖୁପେଡା ଋତୁରେ ସମବାୟ ଚିନିଶିଳ୍ପ ୪୨୧୪ ଏକର ଜମିରେ ଆଖୁଚାଷ କରି ୭୯ହଜାର ୩ଶହ ୩୭ ମେଟ୍ରିକ ଟନ୍ ଆଖୁପେଡି ପ୍ରାୟ ୬୪ହଜାର ୮୫୦ କ୍ୟୁଣ୍ଟାଲ୍ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଥିଲା। ୨୦୨୧-୨୨ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ୨୬୯୦ ଏକର ଜମିରେ ଆଖୁଚାଷ କରି ୪୫ ହଜାର ୦୧୩ ମେଟ୍ରିକଟନ୍‍ ଆଖୁପେଡି ୩୫ ହଜାର ୯୮୫ କୁଇଣ୍ଟାଲ ଚିନି ଓ ୨୦୨୧-୨୨ ଆଖୁପେଡା ଋତୁରେ ୧୮୬୩ ଏକର ଜମିରେ ଆଖୁଚାଷ କରି ୩୬ ହଜାର ୪୭୦ ମେଟ୍ରିକଟନ୍‍ ଆଖୁପେଡି ୨୫ ହଜାର ୧୫୯ କୁଇଣ୍ଟାଲ ଚିନି ଉତ୍ପାଦନ କରିଥିଲା ବେଳେ ୨୦୨୨-୨୩ ଆଖୁପେଡା ଋତୁରେ ୧୮୭୨ ଏକର ଜମିରେ ଆଖୁଚାଷ କରି ୩୮ ହଜାର ୦୧୮ ମେଟ୍ରିକଟନ୍‍ ଆଖୁପେଡି ୨୭ ହଜାର ୮୪୦ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା ବେଳେ ୨୦୨୩-୨୪ ଆଖୁପେଡା ଋତୁରେ ୨୧୫୩ ଏକର ଜମିରେ ଆଖୁଚାଷ କରି ୪୯ ହଜାର ୨୫୫ ମେଟ୍ରିକଟନ୍‍ ଆଖୁପେଡି ୩୮ହଜାର ୯୩୬ କୁଇଣ୍ଟାଲ ଚିନି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା । ୨୦୨୪-୨୫ ଆଖୁପେଡା ଋଚୁରେ ୨୦୧୯ ଏକର ଜମିରେ ଆଖୁଚାଷ କରି ୩୪୩୧୦ ମେଟ୍ରିକଟନ୍‍ ଆଖୁପେଡି ୨୨୮୩୯ କୁଇଣ୍ଟାଲ୍‍ ଚିନି ଉତ୍ପାଦନ କରିଥିବା ଜଣାପଡିଛି । ଚଳିତ ଆଖୁପେଡା ଋତୁରେ ଆସିକା ସମବାୟ ଚିନିଶିଳ୍ପ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଞ୍ଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା, ଜଗନ୍ନାଥପ୍ରସାଦ ଇତ୍ୟାଦି ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳ ସମେତ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ୧୨୧୯ ଏକର ଜମିରେ ଆଖୁଚାଷ କରିଥିବା ଜଣାପଡିଛି । ଚଳିତ ବର୍ଷ ଆସିକା ସମବାୟ ଚିନିଶିଳ୍ପ ପ୍ରାୟ ୨୫ ହଜାର ମେଟ୍ରିକ୍ ଟନ୍ ଆଖୁ ପେଡିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ରଖିଥିବା ବେଳେ ଆଖୁଚାଷୀମାନେ ଆଖୁଚାଷ କରିବା ଲାଗି ଯେପରି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ