ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପ୍ରାକ୍-ଦୀପାବଳି ଉତ୍ସବ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମୁକ୍ତ ରଙ୍ଗମଞ୍ଚ ଠାରେ ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥଙ୍କ ପୌରୋହିତ୍ୟରେ ପ୍ରାକ୍ – ଦୀପାବଳି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସର୍ବପ୍ରଥମେ ଦୀପ ପ୍ରଜ୍ୱଳନ କରି ଏହି ଉତ୍ସବକୁ ଉଦଘାଟନ କରିବା ସହ ଭାରତୀୟ ସଂସ୍କୃତିରେ ଦୀପାବଳି ପର୍ବ ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ବିଶ୍ୱବିଦ୍ୟାଳୟ ମଧ୍ୟ ଏକ ପରିବାର, ତେଣୁ ସମସ୍ତେ ମିଳିମିଶି ଏହି ପର୍ବ ପାଳନ କରିବା ଉଚିତ ବୋଲି କୁଳପତି ଉଲ୍ଲେଖ କରିଥିଲେ l ମଂଚାସୀନ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଦୀପ ପ୍ରଜ୍ବଳନ ଏକ ମଙ୍ଗଳମୟ କାର୍ଯ୍ୟ ବୋଲି ପ୍ରକାଶ କରିବା ସହ କୁଳପତିଙ୍କ ପ୍ରେରଣାରେ ଆୟୋଜିତ ଏହି ଭଳି କାର୍ଯ୍ୟକ୍ରମର ଭୁରିଭୁରି ପ୍ରଶଂସା କରିଥିଲେ l ମଂଚାସୀନ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ନିଜ ବକ୍ତବ୍ୟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ସଂଯୋଜନା କରିଥିବା ବେଳେ ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ lଏହି ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟ ମୁକ୍ତ ରଙ୍ଗମଞ୍ଚକୁ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ରଙ୍ଗୋଲି ଓ ଦୀପମାଳାରେ ସୁସଜ୍ଜିତ କରିବା ସହ ଏକତ୍ର ଭାବେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସମେତ ଛାତ୍ରଛାତ୍ରୀ ଦୀପ ଲଗାଇ ସମସ୍ତଙ୍କ ମଙ୍ଗଳ ବିଧାନ କରିଥିଲେ l ଏ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ହେବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ସମସ୍ତଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରାକ୍ – ଦୀପାବଳି ଉତ୍ସବକୁ ଉପଭୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ