ବୋଲର ଓ ଆମ୍ବୁଲାନ୍ସ ଧକ୍କାରେ ପ୍ରସୂତି ମହିଲା ଗୁରୁତର     

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ଜଣେ ଗୁରୁତର ଅବସ୍ଥାରେ ଥିବା ପ୍ରସୂତି ମହିଳାଙ୍କୁ ୧୦୨ ଆମ୍ବୁଲାନ୍ସ ଡାକ୍ତରଖାନା ଆଣିବା ସମୟରେ ବୋଲେରୋ ଧକ୍କା ଦେବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାରୁ ଅଳ୍ପକେ ଵର୍ତ୍ତି ଗଲେ ଉଭୟ ଗାଡିର ଡ୍ରାଇଭର ଓ ମହିଳା। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ। ମହିଳା ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମହିଳା ଜଣକ ହେଲେ ନାରାୟଣପୁର ପଞ୍ଚାୟତ ଖଟଗନ୍ଥା ଗାଁର ଦାସୀ ତିଆକାଙ୍କ ପତ୍ନୀ କୁନି ୱାଡକା। ଘଟଣାରୁ ପ୍ରକାଶ ଯେ, କୁନିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ସ୍ୱାମୀ ଦାସୀ ୧୦୨  ଆମ୍ବୁଲାନ୍ସ ଫୋନ କରି ଡାକିଥିଲେ। ହେଲେ୧୦୨  ଆମ୍ବୁଲାନ୍ସ ପହଞ୍ଚିବା ବିଳମ୍ବ ହେବାରୁ କୁନି ଏକ ମୃତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ କୁନିଙ୍କ ଅବସ୍ଥା ଭଲ ନଥିବା କାରଣରୁ ଦାସୀ ତାଙ୍କୁ ୧୦୨ ଆମ୍ବୁଲାନ୍ସରେ ନେଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବାହାରିଥିଲେ। ହେଲେ ରାସ୍ତାରେ କଲ୍ୟାଣସିଂହପୁର କଦମଦ୍ଵାର ସାହି ନିକଟରେ ଜନନୀ ଆମ୍ବୁଲାନ୍ସକୁ ବୋଲେରୋ ଧକ୍କା ଦେଇଥିଲା। ଫଳରେ ଜନନୀ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରସୂତି ମହିଳା କୁନି ଅଧିକ ଗୁରୁତର ଆହତ ହୋଇଥିଲେ। ବର୍ତମାନ କୁନି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଖବର ପାଇ କଲ୍ୟଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ମହିଳା ସୁସ୍ଥ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ