ବକ୍ରି ଇଦ୍ ପାଇଁ ପ୍ରସ୍ତୁତି ବୈଠକ
କଟକ (ଓ୍ବାଇଏନଏସ): ଆଜି ମହାନଗର ନିଗମ ସମ୍ମିଳନୀ କକ୍ଷରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ବକ୍ରି ଇଦ୍ ପାଳନ ସୁରୁଖୁରୁ ରେ ହେବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। କଟକ ସହର ର ଭିନ୍ନ ଭିନ୍ନ ଅଞ୍ଚଳରୁ ମୁସଲିମ ସମ୍ପ୍ରଦାୟର ର ଲୋକ ମାନେ ବୈଠକ ରେ ଯୋଗ ଦାନ କରିଥିଲେ ଓ କଟକ ମହାନଗର ରେ ମୁସଲିମ ସମ୍ପ୍ରଦାୟ ବସବାସ କରୁଥିବା ଅଞ୍ଚଳ,ମସଜିଦ ଆଖପାଖ ଅଞ୍ଚଳ ର ରାସ୍ତାଘାଟ, ପରିମଳ, ସ୍ୱଚ୍ଛତା, ଆଲୋକିକରଣ, ୨୪ ଘଣ୍ଟିଆ ପାନୀୟ ଯୋଗାଣ ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ସି.ଏମ.ସି କମିଶନର ଶ୍ରୀ ଅନାମ ଚରଣ ପାତ୍ର , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ ,ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରାଉତ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ ଶ୍ରୀଦେବୀ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମୂଳିଆ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ମୋନାଲିଶା ଦାସ , ସମସ୍ତ କର୍ପୋରେଟର, ଅତିରିକ୍ତ ଆୟୁକ୍ତ ଶ୍ରୀମତୀ ସୋନା ଟୁଡୁ , ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର , ମହାନଗର ନିଗମ ର ସମସ୍ତ ଅଧିକାରୀ , ୱଟକୋ ଅଧିକାରୀ , ବିଦ୍ୟୁତ ବିଭାଗର ଅଧିକାରୀ , ଏକାରାମ ହୁସେନ , ମହମଦ ସକିଲ, ରମଜାନ ଖାନ, ରିୟାଜ଼ ଖାନ ,ମହମଦ ପୁନି, ଇସାଦ ଖାନ , ମହମଦ କାଦିର,ମାଜିଦ ମହମଦ କାକୁ ,ସାଜିଦ ହୁସେନ, ଇସାକ ଖାନ, ମରୁଦ୍ଦିନ ଖାନ , ମହମଦ ଆସିଫ , ମୁସ୍ତାକିମ ବକ୍ସ , ସାକିଲ ଅକତର , ସୟଦ ଶେଖାୱତ୍ ଅଲି , ସେକ ଦିଲବାର ହୁସେନ, ମୁସଲିମ ସମ୍ପ୍ରଦାୟର ବହୁ ମୁରବି ପ୍ରମୁଖ ଉପସ୍ଥିତ ଥିଲେ।