ମା ବିଶ୍ୱତାରିଣୀଙ୍କ ମନ୍ଦିରରେ ଚଇତି ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଳକ ଛେନାପଦି ଛକ ସ୍ଥିତ ମା’ ବିଶ୍ୱତାରିଣୀଙ୍କ ମନ୍ଦିରରେ ମହାବିଷ୍ଣୁବ ସଂକ୍ରାନ୍ତି ଅବସରରେ ଆସନ୍ତା ୧୩ତାରିଖରୁ ପ୍ରସିଦ୍ଧ ଚଇତି ପର୍ବ ଅନୁଷ୍ଠିତ ହେବ। ତା ସହିତ ମନ୍ଦିର ପରିସରରେ ଅଷ୍ଟମ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। । ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପର୍ବକୁ ସୁଚାରୁରୂପେ ସମ୍ପର୍ଣ୍ଣ କରିବା ପାଇଁ ଆଜି ବିଶ୍ୱାତାରିଣୀ ସଂଘର ସଦସ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ କିଶୋର ଆଚାର୍ଯ୍ୟ, ପଞ୍ଚାନନ ବେହେରା, ଦେବେନ୍ଦ୍ର କୁମାର ଜେନା, ମହେଶ୍ୱର ସା, ହିମାଶୁଂ ନାୟକ,  ସୁଧାକର ଓଝା, ରବୀନ୍ଦ୍ର ଜେନା, ସରୋଜ କୁମାର ଚକ୍ର, ସଞ୍ଜୟ ପତି , ଅମିୟ  ନାୟକ,  ଆକାଶ ସା, କାର୍ତ୍ତିକେଶ୍ୱର ସାହୁ, ହଳଧର ଜେନା, ସୁବାସ ଓଝା, ହଳଧର ଜେନା, ସୁଧିର ବିଶ୍ୱାଳ, ଶୁକଦେବ ଦାସ, ପପୁ ସାହୁ, ଚୈତନ ପୁହାଣ, ସଞ୍ଜୟ ସାହୁ, ପ୍ରତାପ ମଲ୍ଲିକ, ସନ୍ତୋଷ ରାୟ, ଅଜୟ ମହାନ୍ତି, ରାମେଶ୍ୱର ରାଉତ, ଅନିଲ ବେହେରା, ଯୁବରାଜ ସାମଲ, ତପନ ରାଉତ, ଅକ୍ଷୟ ଜେନା, ହିମାଂଶୁ ବେହେରା, ରାଜେଶ ଦାସ, ସ୍ମୃତି ରଞ୍ଜନ ଦାସ, ପ୍ରସନ୍ନ ସାହୁ, ସୌମ୍ୟରଞ୍ଜନ ବରାଳ, ମହେଶ୍ୱର ମାଝୀ, ନରେନ୍ଦ୍ର ସାହୁଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇ ଚଳିତ ବର୍ଷର ଏହି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ନିଷ୍ପତି ନେଇଥିଲେ। ପଣା ସଂକ୍ରାନ୍ତି ରେ ମା ଙ୍କ ସ୍ୱତନ୍ତ୍ର ପୂଜା ନୀତି ସହ ସୁନାବେଶ, ଅନୁଷ୍ଠିତ ହେବ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟିରେ ରଖି କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବ ତାହା ଉପରେ ଗୁରୁତ୍ୱ ଦିଆ ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ