ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ ବାଳକ ବାଳିକା କ୍ରିକେଟ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି (ଓ୍ବାଇଏନଏସ): ଆସନ୍ତା ନଭେମ୍ବର ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ହାଟଡିହି ବ୍ଲକ ସୁନ୍ଦରାପାଳ ହେବାକୁ ଥିବା ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ ବାଳକ ବାଳିକା କ୍ରିକେଟ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ବିଡ଼ିଓ ରଞ୍ଜନ କୁମାର ପରିଡା, ଏବିଡ଼ିଓ ରଶ୍ମିରେଖା ନାଇକ, ବିଇଓ ରାଜୀବ ଦଳେଇ, ଏବିଇଓ ପ୍ରମୋଦ କୁମାର ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ଲୋନା ଲିଶା ସାମନ୍ତ ରାୟ, ବିଜେପି ନେତା ଆଲୋକ ସେଠି, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜାମ୍ଭୀରା ସରପଞ୍ଚ ପ୍ରତିନିଧି ଖଗେଶ୍ୱର ମଲ୍ଲିକ, ଗଡ଼ଚଣ୍ଡୀ କ୍ରୀଡା ସଂଘର ସଭାପତି ସୁଧାଂଶୁ ମଲ୍ଲିକ ପ୍ରମୁଖ ଯୋଗଦେଇ ପ୍ରଥମ ଥର ପାଇଁ ହାଟଡିହି ବ୍ଲକ ରେ ହେଉଥିବା ଏହି କ୍ରିକେଟ ପ୍ରତିଯୋଗିତାକୁ କିପରି ସରସ ସୁନ୍ଦର କରାଯିବ ତାହା ଉପରେ ଆଲୋଚନା କରିଥିଲେ। ଖେଳାଳି ମାନଙ୍କ ପାଇଁ ଖାଦ୍ୟ, ପେୟ, ରହିବାର ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ କ୍ରୀଡା ସଂଘ ସଙ୍ଘ ସଦସ୍ୟ ପ୍ରଦ୍ୟୁମ୍ନ ପାତ୍ର, ରତ୍ନାକର ସାହୁ,  ଅବସରପ୍ରାପ୍ତ ଶାରୀରିଜ ଶିକ୍ଷା ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ୱାଳ, ରତ୍ନାକର ସାହୁ, ବୃନ୍ଦାବନ ରାଉତ, ସୁବାସ ଚନ୍ଦ୍ର ଜେନା, ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ପରମାନନ୍ଦ ପରିଡା, ଗଡ଼ଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଶାସିନି, ଅନିରୁଦ୍ଧ ସେଠି, ନବଘନ ନାୟକ ଙ୍କ ସମେତ ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ