ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ର ମଧୁପୁର ଗ୍ରାମରେ ରହିଥିବା ତ୍ରିଶକ୍ତି ଲକ୍ଷ୍ମୀ ପୂଜା କମିଟି ତରଫରୁ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା କୁ ମହାଆଡମ୍ବର ସହିତ କିପରି ପାଳନ କରାଯିବ ସେଥିପାଇଁ କମିଟି ର ସଭାପତି ପ୍ରଦୀପ କୁମାର ବେଣ୍ଟକାର ଙ୍କ ସଭାପତିତ୍ବରେ ମଧୁପୁର ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଉପସଭାପତି ମଙ୍ଗୁଳୁ ମୁଣ୍ଡା କମିଟି ତରଫରୁ ପ୍ରଥମ ବର୍ଷ ରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ମୀ ପୂଜା କିପରି ପାଳନ କରାଯାଇଥିଲା ତାର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା କୁ କିପରୀ ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେ ସମ୍ପର୍କରେ କମିଟିର ସମସ୍ତ ସଦସ୍ୟ ତଥା ଉପସ୍ଥିତ ରହିଥିବା ଗ୍ରାମବାସୀ ମାନଙ୍କ ପରାମର୍ଶ ଲୋଡିଥିଲେ। ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ରହିଥିଲେ କମିଟିର ସମ୍ପାଦକ ଶୁକଦେବ ପାତ୍ର, କୋଷାଧ୍ୟକ୍ଷ ବେଣୁଧର ବେଣ୍ଟକାର,ଉପ କୋଷାଧ୍ୟକ୍ଷ ଶରତ ବେଣ୍ଟକାର, ଉପଦେଷ୍ଟା ଅଭିମନ୍ୟୁ ବେଣ୍ଟକାର,ମଙ୍ଗୁଳୁ ବେଣ୍ଟକାର ଙ୍କ ସମେତ ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ପୃଜା ତିନି ଦିନ କମିଟିର ସମସ୍ତ ସଦସ୍ୟ ପୂଜା ମଣ୍ଡପ ରେ ଉପସ୍ଥିତ ରହି ପୂଜା କାର୍ଯ୍ୟ ରେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ସଭାପତି ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ