ସେପ୍ଟେମ୍ବର ୧୧ ଘୁମୁସର ଦିବସ ପାଇଁ ପ୍ରସ୍ତୁତି ବୈଠକ
ବୁଗୁଡା , (ଅନୀଲ କୁମାର ମହାରଣା) : ଭଞ୍ଜନଗର ଓକିଲ ସଂଘ ପାଠାଗାର ସଭାଗୃହରେ ସେପ୍ଟେମ୍ବର ୧୧ ତାରିଖ ଦିନ ଘୁମୁସର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସହରରେ ଥିବା ବିଭିନ୍ନ ସଂଗଠନ ଏହି ବୈଠକରେ ଯୋଗଦେଇ ଭଞ୍ଜନଗର ବିକାଶ ପରିଷଦର ଏହି ଅଭିନଵ ପ୍ରୟାସକୁ ସ୍ୱାଗତ କରିଥିଲେ। ଘୁମୁସର ଇତିହାସକୁ ଏହା ସ୍ମରଣ କରାଇ ପୂଜ୍ୟ ପୂଜାର ଅବକାଶ ସୃଷ୍ଟି କରିଛି ବୋଲି ବକ୍ତା ମାନେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ। ଘୁମୁସର ବିକାଶ ପରିଷଦର ସଭାପତି ବରିଷ୍ଠ ଆଡଭୋକେଟ ସୋମନାଥ ନାୟକଙ୍କ ସହ ଓକିଲ ସଂଘର ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ସମ୍ପାଦକ ଜ୍ୟୋତିରାଜ ପତି, ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ଲେଙ୍କା, ସୁଶାନ୍ତ ପାତ୍ର ମଂଚାସୀନ ଥିଲେ। ସଭା ଆରମ୍ଭରେ ସଭାପତି ଶ୍ରୀ ନାୟକ ଏହି ଦିବସ ପାଳନର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ସର୍ବଶ୍ରୀ ନେତାଜୀ ବିଷୋୟୀ, କୃତିବାସ ବିଶ୍ୱାଳ, ଜଗବନ୍ଧୁ ଜେନା, ଚଲାପତିରାଓ, ମୁରଲୀଧର ପଣ୍ଡା, ଜଗଦୀଶ ପାଣି ଡକ୍ଟର ନଳିନୀ ପ୍ରଭା ଦାସ, ଡକ୍ଟର ସନ୍ତୋଷ କୁମାର ଆପଟ, ଚିନ୍ମୟ କୁମାର ବେଵାର୍ତା,, ନଚିକେତା ପ୍ରଧାନ, ମହେନ୍ଦ୍ର କୁମାର ସ୍ୱାଇଁ, ପୁରୁଷୋତ୍ତମ ମହାପାତ୍ର,, କମଳ ଲୋଚନ ଦୋରା, ଭଂଜକିଶୋର ପ୍ରଧାନ, ଏସ ଗୁପ୍ତେଶ୍ୱର ସୁବୁଦ୍ଧି, ବବି ରଥ, ଆଡ଼ଭୋକେଟ ସନ୍ତୋଷ କୁମାର ତିଆଡ଼ି, ସମୀର ନାୟକ, ଯତୀନ ପ୍ରଧାନ, ଧ୍ରୁବପ୍ରସାଦ ତ୍ରିପାଠୀ, ପୁରୁଷୋତ୍ତମ ମହାପାତ୍ର, ରଞ୍ଜିତ ଜେନା, କୁମାର କାର୍ତ୍ତିକେଶ୍ୱର ପ୍ରଧାନ, ଅଶୋକ କୁମାର ନାୟକ, ଶୂଳ ପାଣି ଶତପଥୀ, ସୁବାସ ଚନ୍ଦ୍ର ତାରିଣୀ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ହୃଷିକେଶ ଲେଙ୍କା, ପୀତାମ୍ବର ପରିଡା, ବିମ୍ବାଧର ଷଡ଼ଙ୍ଗୀ, ଆଦି କନ୍ଦ ଗୌଡ଼, ସୁବାସ ଚନ୍ଦ୍ର ପ୍ରଧାନ, ଧୋବା ବେହେରା, ତ୍ରିନାଥ ଗୌଡ଼, ଆବାସ ଅଲି ଖାନ ଓ ମହିଳାଙ୍କ ଭିତରେ ରିତାରାଣୀ ମହାପାତ୍ର, ସୁଜାତା ସିଂଘ, ଗୀତାଶ୍ରୀ ସାମନ୍ତ, ମାନସୀ ସ୍ୱାଇଁ, ସ୍ନେହଲତା ବିଷୋୟୀ ପ୍ରମୁଖ ଯୋଗଦାନ କରି ନିଜ ନିଜ ମତ ବ୍ୟକ୍ତ କରି ଏହି ଦିବସକୁ ଘୁମୁସରବାସୀ ପ୍ରତିଘରେ ପାଳନ କରି ନୂଆଖାଇ ପରି ଉତ୍ସବ ମନାଇ ଭେଟଭାଟ ପରମ୍ପରା ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଯେଉଁ ଠାକୁରାଣୀ ପଡିଆରେ ଆମ ପୂର୍ବସୁରୀମାନେ ଓଡ଼ିଆମାନଙ୍କ ସମାବେଶ କରାଇ ଓଡ଼ିଆ ଭାଷାକୁ ତେଲୁଗୁ କର୍ମଚାରୀ ମାନଙ୍କ ଦୌରାତ୍ମ୍ୟରୁ ରକ୍ଷା କରିବା ସାଙ୍ଗକୁ ଓଡ଼ିଆ ଅଂଚଳ ଗୁଡକୁ ଏକାଠି କରିବାକୁ ବ୍ରଟିଶ ସରକାରଙ୍କ ନିକଟରେ ଆପତ୍ତି କରିଥିଲେ ,ସେଇ ପଡିଆରେ ଏକ ସ୍ମାରକୀ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।ଆସନ୍ତା ସେପ୍ଟେମ୍ବର ୦୭ ତାରିଖ ଦିନ ଷ୍ଟେଟ ବ୍ୟାଙ୍କ ଛକ ଠାରୁ ସକାଳ ଦଶଘଣ୍ଟାରେ ଏକ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରି ଭଞ୍ଜନଗର ବାସୀଙ୍କୁ ଏଦିଗରେ ସଚେତନ କରାଇବାକୁ ଠିକ ହୋଇଥିଲା। ସନ୍ତୋଷ କୁମାର ଜେନା ଏହି ସଭାକୁ ସଂଯୋଜନା କରିଥିଲେ। ଏହି ସଭାକୁ ସଫଳ କରିବାରେ ଶ୍ରୀ ରବିନାରାୟଣ ସାମନ୍ତ ଓ ସୁରେନ୍ଦ୍ର ବେହେରା ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଗୋପାଳ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।


