ବାବନପୁର ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ପାଇଁ ପ୍ରସ୍ତୁତି ବୈଠକ

ଆସିକା (ୱାଇଏନ୍‍ଏସ୍‍) ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଆସନ୍ତା ଏପ୍ରିଲ ମାସ ୧୧ତାରିଖ ଶନିବାର ଦିନ ମାନସିକଧାରୀ ଆଧ୍ୟାତ୍ମିକପ୍ରେମୀ ତ୍ରିବେଣୀ ଚରଣ ନାୟକ ଓ ନମିତା କୁମାରୀ ନାୟକ, ବିକ୍ରମ କୁମାର ନାୟକ ଓ ଲିପିମୟୀ ନାୟକ, ନିଳାଞ୍ଚଳ ନାୟକ ଓ ସୁଚିତ୍ରା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଟିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନକୁ ଶୃଙ୍ଖଳିତ ଭାବେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ କରିବା ଲାଗି ଗ୍ରାମର ଶ୍ରୀ ଶ୍ରୀ ଲୋକନାଥେଶ୍ୱର ଏବଂ ମା ଦଣ୍ଡକାଳୀ ମନ୍ଦିର ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାବନପୁର ଗ୍ରାମରେ ଆସନ୍ତା ଏପ୍ରିଲ ମାସ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମରେ ଗୋବିନ୍ଦପୁର, ବାବନପୁର, ଖାରିଆ, ମରାଇପଲ୍ଲୀ, ବଡଖୋଲି ଦଣ୍ଡଦଳ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଦେବଦେବ ମହାଦେବ ଓ ମହାମାୟୀ ମା କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଉତ୍କଣ୍ଠାର ସହ ଚାହିଁ ବସିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ଏପ୍ରିଲ ମାସ ୧୧ ତାରିଖରେ ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ତଥା ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ସଂପନ୍ନ କରିବା ଲାଗି ଅଧ୍ୟାକ୍ମିକପ୍ରେମୀ ତ୍ରିବେଣୀ ଚରଣ ନାୟକ ଏବଂ ବିକ୍ରମ କୁମାର ନାୟକ ଓ ନିଳାଞ୍ଚଳ ନାୟକଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରଦ୍ଧାଳୁ ଭକ୍ତ ଅନିଲ୍‍ କୁମାର ନାୟକ, ସଂଜୟ କୁମାର ନାୟକ, ସନ୍ତୋଷ କୁମାର ନାୟକ, ବିଜୟ କୁମାର ନାୟକ, ସୁଦର୍ଶନ ଜେନା, ସତ୍ୟ ନାରାୟଣ ସାମନ୍ତରା, ବାବୁରାମ ଜେନା, ସନାତନ ନାୟକ, ନିଖିଳ ନାୟକ, ସୀତାରାମ ନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ନାୟକ, ଶ୍ୟାମସୁନ୍ଦର ବେହେରା, ବାବୁ ମୁନି, ବାବୁ ସାହୁ, ମଙ୍ଗୁଳୁ ଗୌଡ, ରଙ୍କନିଧି ଗନ୍ତାୟତ, ଧନୁର୍ଧର ମୁନି, ରଘୁନାଥ ସାହୁ, ଫଣୀଭୂଷଣ ନାୟକ, ସିମାଂଚଳ ପାତ୍ର, ମନୋଜ କୁମାର ନାୟକ, ବୁଲୁ ନାୟକଙ୍କ ସମେତ ବହୁ ଗ୍ରାମବାସୀ, ଉତ୍ସାହୀ ଯୁବପିଢୀ, ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଏପ୍ରିଲ ମାସ ୧୧ ତାରିଖରେ ମହାମାୟୀ ମା କାଳୀଙ୍କ ଆମନ୍ତ୍ରଣ, ଆଲୋକ ଓ ପାନୀୟ ଜଳ ଓ ପରିମଳର ସୁବନ୍ଦୋବସ୍ତ, ପାଣିଦଣ୍ଡ ପାଇଁ ପୋଖରୀର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ମହାମିଳନ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ ଉପଭୋଗ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ୧୧ ତାରିଖରେ ବାବନପୁର ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚୁଦଣ୍ଡ ମହାମିଳନରେ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସମସ୍ତଙ୍କ ସହଯୋଗରେ ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ବେଳେ ଶୃଙ୍ଖଳିତ, ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ଯେପରି ପଞ୍ଚୁଦଣ୍ଡ ଯାତ୍ରା ସମସ୍ତଙ୍କ ସହଯୋଗରେ ସଂପାଦନ ହୋଇପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ବୋଲି ପଞ୍ଚୁ ଦଣ୍ଡଯାତ୍ରା ଆୟୋଜନ କମିଟିର ଅନ୍ୟତମ ମୁଖ୍ୟ ଶ୍ରଦ୍ଧାଳୁ ଭକ୍ତ ଅନିଲ୍‍ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ