ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ମାରଦା ମହୋତ୍ସବ ୨୦୨୬ ପାଇଁ ୭/୧୨/୨୫ ତାରିଖ ଦିନ ପ୍ରସ୍ତୁତି ବୈଠକ ପୋଲସରା ବିଡ଼ିଓ ତଥା ମାରଦା ମନ୍ଦିର ପରି ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ମାସ ୧୪, ୧୫ ଓ ୧୬ ତାରିଖ ତିନି ଦିନ ଧରି ମାରଦା ମହୋତ୍ସବ ଅନୁଷ୍ଠିତ ହେବାଲାଗି ଦିନ ଧାର୍ଯ୍ୟ ହୋଇଥିବା ବେଳେ ମାରଦା ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରାଇବାକୁ ଗଞ୍ଜାମ ଜିଲ୍ଲାପାଳ ତଥା ମାରଦା ମନ୍ଦିର ପରିଚାଳନା କମିଟି ସଭାପତି ଭି କୀର୍ତ୍ତୀ ଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରସ୍ତୁତି ବୈଠକରେ ପୋଲସରା ବିଧାୟକ ତଥା ମାରଦା ମହୋତ୍ସବ କମିଟିର ସଭାପତି ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାରଦା ମହୋତ୍ସବର ସୁପରିଚାଳନା ଉପରେ ଆଲୋକପାତ କରି ନିଜର ବକ୍ତବ୍ୟ ରଖିଥିଲେ। ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁନିଲ କୁମାର କେରକେଟ୍ଟା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଦକ୍ଷିଣ ଘୁମୁସର ଡ଼ିଏଫଓ ବିପାସା ପାରୁଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ପୋଲସରା  ତହସିଲଦାର ତଥା ମାରଦା ମନ୍ଦିର ପରିଚାଳନା କମିଟି କୋଷାଧ୍ୟକ୍ଷ ଦିପ୍ତିମୟୀ ପାତ୍ର, ପୋଲସରା ଥାନା ଆଇଆଇସି କୌଶିକ ମାଝୀ, ମଥୁରା ମଠାଧୀଶ ସୁନ୍ଦର ରାମଦାସ ମହାରାଜ, ପୋଲସରା ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ପୋଲସରା ଏନଏସି ଅଧକ୍ଷା ସଂଗୀତା ବେହେରା, ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଭାକର ପଣ୍ଡା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଆଡଭୋକେଟ ପବିତ୍ର କୁମାର ନାୟକ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା,  ସମାଜସେବୀ ଶ୍ୟାମସୁନ୍ଦର ସାହୁ ଓ ବିଭିନ୍ନ ବିଭାଗର ଅଧିକାରୀ ଏବଂ ମହୋତ୍ସବ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଜନସାଧାରଣ ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ