ଶିରିଡି ସାଇ ମନ୍ଦିରରେ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବଗଡା ପଞ୍ଚାୟତର ବଡନାଇଁପୁର ଠାରେ ଥିବା ଶିରିଡି ସାଇ ମନ୍ଦିରର ବାର୍ଷିକ ଉତ୍ସବ ଆସନ୍ତା ୨୭ତାରିଖରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ସମୀର କୁମାର ଚାନ୍ଦ, ଶିକ୍ଷାବିତ ପ୍ରତାପ କୁମାର ନାୟକ, ଅନିଜା ଜେନା, ଲକ୍ଷ୍ମିକାନ୍ତ ବେହେରା, ବ୍ରଜକିଶୋର ସାହୁ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସେଦିନ ପ୍ରଭାତରୁ ଶିରିଡି ସାଇବାବାଙ୍କ ପାଖରେ କାକଡ ଆଳତି କରାଯାଇ ରୀତି ନୀତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ପରେ ମଧ୍ୟାହ୍ନ ଆଳତି କରାଯିବ। ଏହା ପରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଣୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉକ୍ତଦିନ ପହଞ୍ଚି ବାବାଙ୍କ କୃପା ଲାଭ କରିବା ପାଇଁ ନିବେଦନ କରାଯାଇଛି।


