ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ସ୍ଥିତ ଜ଼ିଲ୍ଲା ଅଡିଟୋରିଓମ ସମ୍ମିଳନୀ କକ୍ଷଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ, ଭୁବନେଶ୍ୱର ଏବଂ ଜିଲ୍ଲା ଵିପର୍ଯ୍ୟୟ ପରିଚାଳନା କତୃପକ୍ଷ ବାଲେଶ୍ୱର ମିଳିତ ସହଯୋଗ ରେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସଜାଗ ରହିବା ସହିତ ଏସଂପର୍କରେ ସୂଚନା ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟାକୁ ଶୂନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଗ୍ରୀଷ୍ମପ୍ରବାହ ସମୟରେ ବନାଗ୍ନି, ଜୀବଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ପାଇଁ ଜ଼ିଲ୍ଲା ବନ୍ୟ ଅଧିକାରୀଙ୍କୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜ଼ିଲ୍ଲାର ସମସ୍ତ ସ୍କୁଲ ଗୁଡିକରେ ଜଳ ବିରତି ପାଇଁ ଜଳ ଘଣ୍ଟି ର ବ୍ୟବସ୍ତା କରିବାପାଇଁ ଜ଼ିଲ୍ଲାପାଳ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଉଠା ଜଳ ସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଧାରିତ ସମୟ ମଧ୍ୟରେ ଜଳ ଉଠେଇବା ଏବଂ ଜଳର ସୁପରିଚାଳନା ପାଇଁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ। ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ଅଗ୍ନିଶମ ସେବା, ବିଦ୍ୟାଳୟ, ପରିବହନ, ପ୍ରାଣୀ ସମ୍ପଦ ସହ ଅନ୍ୟାନ୍ୟ ବିଭାଗର ପଦକ୍ଷେପ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ ଜିଲାପାଳ ଗ୍ରାମ ଞ୍ଚଳରେ ପାନୀୟଜଳ ସମ୍ପର୍କିତ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂଅ କାର୍ଯ୍ୟକ୍ଷମ କରିବା, ଯେଉଁଠି ନଳରୂପର ବ୍ୟବସ୍ଥା ହୋଇପାରୁନାହିଁ ସେହି ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେଭଳି ପଞ୍ଚାୟତ, ଏନ୍ଏସି ପୌର ପରିଷଦ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜନଗହଳି ଅଞ୍ଚଳରେ ଜଳଛତ୍ର ଖୋଲିବା, ପିଏଚସି ,ସିଏଚସି ଉପଖଣ୍ଡ ଓ ସଦର ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କୋଠରି ବ୍ୟବସ୍ଥା, ଯଥେଷ୍ଟ ପରିମାଣର ଓଆର୍ଏସ୍ ଏବଂ ଆବଶ୍ୟକ ଔଷଧ ମହଜୁଦ ରକ୍ଷା ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ, କୁହାଯାଇଥିଲା। ଶ୍ରମିକମାନେ ଯେପରି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାର୍ଯ୍ୟ ନ କରନ୍ତି ତାହା ଦେଖୁବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଧ୍ୟାନଦେବାକୁ ଟିପିଏନଓଡିଏଲ୍ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗ୍ରୀଷ୍ମପ୍ରବାହ ସମୟରେ ହେଉଥିବା କାଳବୈଶାଖୀ ର ମୁକାବିଲା ନିମନ୍ତେ ସତର୍କ ରହିବ ପାଇଁ ଜ଼ିଲ୍ଲାପାଳ ଏନ.ଡି.ଆର.ଏଫ ଓ ଓ.ଡ୍ରା.ଫ ବାହିନୀକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଗ୍ରୀଷ୍ମପ୍ରବାହ ଏବଂ କାଳବୈଶାଖୀର ସଠିକ ତଥ୍ୟ ଗୁଡିକର ଆଦାନ ପ୍ରଦାନ ନିମନ୍ତେ ନିମନ୍ତେ ସତର୍କ ଆପ ର ବ୍ୟବହାର କରିବା ଲାଗି ଜ଼ିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ।ଜନସାଧାରଣମାନଙ୍କର ଗ୍ରୀଷ୍ମପ୍ରବାହ ସମ୍ବଧୀୟ ଅଭିଯୋଗ ଗୁଡିକର ଶୁଣାଣି ନିମନ୍ତେ ଜ଼ିଲ୍ଲା ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷର ଟୋଲ ଫ୍ରି ନମ୍ବର (1077) ଓ ବ୍ଲକ ନିୟନ୍ତ୍ରଣ କକ୍ଷର ଜରୁରୀ କାଳୀନ ନମ୍ବର ଗୁଡିକର ଡିସ୍ପ୍ଲେ କରିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ବିଭଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
ଏହି କାଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ରାଜସ୍ୱ ଶ୍ରୀ ହେମନ୍ତ କୁମାର ସିଂ, ଅତିରିକ୍ତ ଜିଲାପାଳ(ସାଧାରଣ) ଶ୍ରୀ ସୁଧାକର ନାୟକ ଉପ ଜ଼ିଲ୍ଲାପାଳ, ନୀଳଗିରି, ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଜ଼ିଲ୍ଲା ପରିଷଦ, ବାଲେଶ୍ୱର, ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏନ.ଡି.ଆର.ଏଫ ,ଓ.ଡ୍ରା.ଫ ବାହିନୀ, ସ୍ଵେଛାସେବି ସଂଗଠନ, ଆପଦ ମିତ୍ର ସ୍ଵେଛାସେବି, ସିଭିଲ ଡେ଼ଫେନ୍ସ, ଅଗ୍ନିଶମ ବିଭାଗ ଅଧିକାରୀ, ବାଲେଶ୍ୱର, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ I ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ବାଲେଶ୍ୱର, ଶ୍ରୀ ଅବନୀ କାନ୍ତ ଭୂୟାଁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏବଂ ପରିଶେଷରେ ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


