ମାଁ ଫୁଲସୁନ୍ଦରୀଙ୍କ ଯାତ୍ରା ନିମନ୍ତେ ପ୍ରସ୍ତୁତି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ନୂଆସାହି ସ୍ଥିତ ଆରାଧ୍ଯ ଦେବୀ ମାଁ ଫୁଲସୁନ୍ଦରୀଙ୍କ ଯାତ୍ରା ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଙ୍କ ଯାତ୍ରା ଚଳିତ ମାସ ୩୦ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଙ୍କ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ସମାପନ ହୋଇପାରିବ ତାହାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଯାତ୍ରା କମିଟି ସଭାପତି ଭାବେ ପବିତ୍ର ବେହେରା , ଉପସଭାପତି ରାଜା ପଟ୍ଟନାୟକ , ସମ୍ପାଦକ କାହ୍ନୁଚରଣ ପଟ୍ଟନାୟକ , ସହ ସମ୍ପାଦକ ବଳରାମ ସାସମଲ , କୋଷାଧ୍ୟକ୍ଷ ରଞ୍ଜନ ବେହେରା , ଉପଦେଷ୍ଟା ଭାବେ ଗଣପତି ବେହେରା , କୃଷ୍ଣଚନ୍ଦ୍ର ସାହୁ , ପି. ରାଜବାବୁ ଦୋରା , ନରସିଂହ ବେହେରା , ସୁଦାମ ବେହେରା , ଦେବାଶିଷ ସାହୁ , ରାମ ସାହୁ,ଗଣେଶ ସାହୁ, ଶଙ୍କର ପାତ୍ର ଙ୍କ ସମେତ ବୁଦ୍ଧିଆ ବେହେରା , ଲବ ପାତ୍ର , ରଞ୍ଜନ ବାଡତ୍ଯା , ରିଙ୍କୁ ସାହୁ ପ୍ରମୁଖ ଙ୍କୁ ଚୟନ କରାଯାଇଛି। ବୈଠକରେ ନୂଆସାହି ଓ ଫୁଲସୁନ୍ଦରୀ ସାହି ସମେତ ସହରର ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।