ଇସ୍କଫ୍ ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି
କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ):ସାମ୍ପ୍ରତିକ ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମୈାଳିକ ଅଧିକାରର ବ୍ୟବସ୍ଥାଗତ ଉଲଂଘନ ବହୁ ମାତ୍ରାରେ ବଢ଼ି ଚାଲିଛି। ଏହାକୁ ରକ୍ଷା କରିବା ସହ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘର ରାଜ୍ୟ ସମ୍ମିଳନୀ ନଭେମ୍ବର ୧ ଓ ୨ ତାରିଖରେ ଶିଳ୍ପ ନଗରୀ ରାଉରକେଲାରେ ସଙ୍ଗଠିତ ହେଉଅଛି। ଏହି ସମ୍ମିଳନୀକୁ ପରିପୁଷ୍ଟ କରିବା ପାଇଁ ପ୍ରତିନିଧି ଚୟନ ସହ ବିଭିନ୍ନ ସାଂସ୍କୃତିକ ଦଳ ପ୍ରେରଣ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ସଭାପତି ଡ଼ ବାସୁଦେବ ଦାସଙ୍କ ପରିଚାଳନାରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ସଙ୍ଗଠନର ସମ୍ପାଦକ ଆଦିକନ୍ଦ ରାଉଳ ହେବାକୁ ଥିବା ସମ୍ମିଳନୀର ଗୁରୁତ୍ୱ ଓ ପ୍ରେକ୍ଷାପଟ ସମ୍ପର୍କରେ ସୂଚନା ଦେବାପରେ ଉପଦେଷ୍ଟା ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ଓ ଅଧ୍ୟାପକ ଅଜୟ ସାମଲଙ୍କ ସମେତ କୋଷାଧ୍ୟକ୍ଷ ଅବନ୍ତୀ ବେହେରା, ରବୀନ୍ଦ୍ରପ୍ରସାଦ ଜେନା, ଶୁଭ୍ରାଂଶୁ ଦାସ, ରାମକୃଷ୍ଣ ଦାଶ, ଶୈଳଜା ଶଙ୍କର ସାମଲ, ରଣଧୀର ଜେନା, ଅଭିମନ୍ୟୁ ରାଉତ, ଅଶୋକ କୁମାର ସାହୁ, ବିକାଶ ଚନ୍ଦ୍ର ବେଉରା, ସୀତାକାନ୍ତ ନାୟକ, ଶରତ କୁମାର ରାଉତ, ଶ୍ରୀଧର ମହାନ୍ତି, ଧୀରେନ୍ କୁମାର ବେହେରା, ସୁରେଶ ପଟ୍ଟନାୟକ ପ୍ରମୁଖ ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ଶୈଳବାଳା ସାମଲଙ୍କୁ ନୂତନ ଉପସଭାପତି ଭାବେ ଚୟନ କରାଯାଇଥିଲା। ଶେଷରେ ବିଷ୍ଣୁପ୍ରିୟା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।