ଶିବ ବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) କେନ୍ଦୁଝର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତ ସେଣ୍ଡକାପ ଗ୍ରାମରେ ଥିବା ଶିବ ଦୁର୍ଗା ମନ୍ଦିରରେ ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହେଶଙ୍କର ଶିବ ବିବାହ ଉତ୍ସବ (ଶୀତଳଷଷ୍ଠୀ) ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି କ୍ରମେ ଚଳିତ ମାସ ୩୦ ତାରିଖ ଠାରୁ ଜୁନ ମାସ ୧ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବାକୁ ଥିବାବେଳେ କୋଇଲିବୁଡ, ବାରାନୁଗମନ,ଶୁଭବିବାହ,ପ୍ରୀତି ଭୋଜନ ଆଦି କାର୍ଯ୍ୟକ୍ରମ ମାନ ରହିଥିବା ଜଣା ପଡ଼ିଛି । ଏହି ଉତ୍ସବକୁ ସରସ ସୁନ୍ଦର ଆକର୍ଷଣ କରିବା ପାଇଁ କମିଟି ତରଫରୁ ସମସ୍ତ ଆୟୋଜନ କରାଯାଉଛି । ଶିବ ଦୁର୍ଗା କମିଟିର ମୁଖ୍ୟ ଉପଦେଷ୍ଠା ରସାନନ୍ଦ ଘଣା,ପୂଜକ ପ୍ରସନ୍ନ କୁମାର ମହାପାତ୍ର,ସଦସ୍ୟ ଭୀମସେନ ନାଏକ,ପବନା ନାଏକ,ବସନ୍ତ ନାଏକ,ଶଶିଭୂଷଣ ମହାନ୍ତ, ନୁଟା ନାଏକ,ଯଦୁମଣି ନାଏକ,ଇନ୍ଦ୍ର ନାଏକ,କୀର୍ତ୍ତନ ନାଏକ,ଧୁଶାସନ ନାଏକ, ବାଙ୍କୁ ନାଏକ,ଦେବ ପାତ୍ର,ବିଭିଷଣ ନାଏକ ଋଷିନାଥ ମହାନ୍ତ, ସାଇବ ନାଏକ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇ ନିଜର ମତାମତ ପ୍ରଦାନ କରିବା ସହ ଉତ୍ସବକୁ କିପରି ଆଡମ୍ବର ସହକାରେ ପାଳନ କରାଯିବ ଆଲୋଚନା କରାଯିବା ସହ ଉକ୍ତ ଉତ୍ସବରେ ଭକ୍ତ ଗଣ ଯୋଗ ଦେଇ ବ୍ରଭାଣ୍ଡ ସୃଷ୍ଟି କର୍ତ୍ତା ବାବାଙ୍କ କୃପା ଲାଭ କରିବାକୁ ଶିବ ଦୁର୍ଗା ମନ୍ଦିର କମିଟି ଓ ଗ୍ରାମବାସୀ ତରଫରୁ ନିବେଦନ କରିଛନ୍ତି ।