ବାଲୁଙ୍କେଶ୍ୱରଙ୍କ ପୀଠରେ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି

ଆସିକା  (ୱାଇଏନ୍‍ଏସ୍‍) ଆଉ ମାତ୍ର ୪ଦିନ ପରେ ଅର୍ଥାତ୍ ଆସନ୍ତା ୩୧ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଦେବଦେବ ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବ ପାଳନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକ ବର୍ତ୍ତମାନ ଠାରୁ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଛି। ଆସିକା ଏନଏସି ଅଧିନସ୍ଥ ତାଲୁକା ଛକ ନିକଟରେ ସବ୍‌-ଜେଲ୍ ସମ୍ମୁଖରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଥିବା ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ମନ୍ଦିରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବକୁ ବିଧିବିଧାନ ଅନୁଯାୟୀ ମହାଆଡମ୍ବର ସହକାରେ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଆସିକା ଏନଏସି ଅଧିନସ୍ଥ ଲାଲାଶାସନ ଗ୍ରାମର ଅଧ୍ୟାତ୍ମିକ ପ୍ରେମୀ ତଥା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଶତପଥୀ, ଶ୍ରଦ୍ଧାଳୁ ଭକ୍ତ ଉପେନ୍ଦ୍ରନାଥ ମିଶ୍ର, ରବିଲୋଚନ ଦାଶ, ସଚ୍ଚିନ୍ଦ୍ର କୁମାର ହୋତା, ବୁବୁନା ହୋତା, ଶିବପ୍ରସାଦ ଶତପଥୀ, ହେମନ୍ତ କୁମାର ଦାଶ, ଅନନ୍ତ ଶତପଥୀ, ସିମାଞ୍ଚଳ ଶତପଥୀ, ବିଶିକେଶନ ଶତପଥୀ, ଚକ୍ରଧର ମିଶ୍ର, ପଦ୍ମନାଭ ଦାଶ, ବୁଲୁ ମିଶ୍ର, ଦୁଃଖୀଶ୍ୟାମ ଦାଶ, ମିତ୍ର ଶତପଥୀ, ଟିକିନା ତ୍ରିପାଠୀ, ଫକୀର ଚରଣ ଦାଶ, ମୁନା ଦାଶଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବକୁ ରିତୀନିତୀ ଅନୁଯାଇ ସମ୍ପନ୍ନ କରିବା ଲାଗି ଲାଗିପଡିଥିବା ଦେଖିବାକୁ ମିଳିଛି। ଆସନ୍ତା ୩୧ ତାରିଖରେ ହେବାକୁ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବ ଅବସରରେ ନଗର ପରିକ୍ରମା, ବାଟବରଣ, ହସ୍ତଗ୍ରନ୍ଥି ସମେତ ଅନ୍ୟାନ୍ୟ ନୀତିକାନ୍ତି ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆସିକା ଏନ୍‍ଏସି ଅଧୀନସ୍ଥ ଲାଲାଶାସନ ଗ୍ରାମରେ କେଉଁ ଆବାହମାନ କାଲରୁ ପୂଜା ପାଇଆସୁଥିବା ପ୍ରଭୂ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱରଙ୍କ ଚଳିତବର୍ଷର ଶୀତଳଷଷ୍ଠୀ ଯାତ୍ରା ଓ ଶିବବିବାହ ଉତ୍ସବ କାର୍ଯ୍ୟକ୍ରମରେ କନ୍ୟାପିତା ରୂପେ ଆଧ୍ୟାତ୍ମିକପ୍ରେମୀ ବିପିନ୍‍ ବିହାରୀ ମିଶ୍ର ଓ ବରପିତା ରୂପେ ଶ୍ରଦ୍ଧାଳୁ ଭକ୍ତ ଭିକାରୀ ପାତ୍ର ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ