ଛତ୍ରପୁର ଷ୍ଟାଡିଅମକୁ ଜାତୀୟ ସ୍ତର ଷ୍ଟାଡିଅମ କରିବା ନିମନ୍ତେ ପ୍ରସ୍ତୁତି
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଷ୍ଟାଡିଅମ କୁ ଜାତୀୟ ସ୍ତରର ଷ୍ଟାଡିଅମ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଛତ୍ରପୁର ଜିଲ୍ଲାର ସଦର ମହକୁମା ହୋଇଥିବା ରୁ ଏଠାରେ ସମସ୍ତ ପ୍ରକାର କ୍ରୀଡା ର ସୁବିଧା ନିମନ୍ତେ ଏକ ଆଧୁନିକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରିବା ଏବଂ ଷ୍ଟାଡିଅମ ର ବିକାଶ ନିମନ୍ତେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ l ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ୨ ଜଣିଆ ଟିମ ଛତ୍ରପୁର ଆସି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି l ଗଞ୍ଜାମ ଜିଲ୍ଲା ପ୍ରଶାସନ,କ୍ରୀଡା ବିଭାଗ ଓ ଅଂଚଳ ର କ୍ରୀଡ଼ାବିତ ମାନଙ୍କ ପକ୍ଷରୁ ଏହି ଟିମ କୁ ସହଯୋଗ କରାଯାଉଛି l ଯୁବପିଢ଼ି କୁ ବିଭିନ୍ନ କ୍ରୀଡା ପ୍ରତି ଆକୃଷ୍ଠ କରିବା ନିମନ୍ତେ ଏଭଳି କାର୍ଯ୍ୟ କରାଯାଉଛି l ଅନସ୍ଲୋ ମିନିଷ୍ଟାଡିଅମ, ଷ୍ଟାଡିଅମ ଏବଂ ଏନଞ୍ଜୟକଲୋନୀର କିଛି ଅଂଚଳ କୁ ନେଇ ଏକ ବିରାଟ ଷ୍ଟାଡିଅମ ନିର୍ମାଣ କରାଯିବ lଯାହା ଜାତୀୟ ଷ୍ଟାଡିଅମ ଭଳି l ସମସ୍ତ ପ୍ରକାର କ୍ରୀଡା ର ବ୍ୟବସ୍ଥା ରହିବ ( ସ୍ପୋର୍ଟ୍ସ କମ୍ପ୍ଲେକ୍ସ) l ଏହି ଅବସର ରେ ଆଇଡ଼ିଏଏକ୍ସ କନସଡୋଲ ନାମକ ସଂସ୍ଥାର ଇଞ୍ଜିନିଅର ଦେବାଶିଷ ସେଠି ଏବଂ ଆସିଷ୍ଟାଣ୍ଡ ବିଶ୍ୱଜିତ ମହାନ୍ତି ଆଜି ଛତ୍ରପୁର ରେ ପହଂଚି ସର୍ଭେ କାମ ଆରମ୍ଭ କରିଛନ୍ତି l ସର୍ଭେ ସମୟରେ ଜିଲ୍ଲାକ୍ରୀଡ଼ା ଅଧିକାରୀ ତାପସ କୁମାର ସାମଲ, ଛତ୍ରପୁର କ୍ରିକେଟ କ୍ଳବର ସଭାପତି ସଂଜିତ କୁମାର ରାଉଳ, ଯୁବନେତା ବନୋଜ ନାହାକ, ଵି. ଶଙ୍କର ରେଡ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ ଓ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ ଙ୍କ ସମେତ କ୍ରୀଡ଼ାବିତ ମାନେ ସେଠାରେ ଉପସ୍ଥିତ ରହି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିଲେ l ସର୍ଭେ କାର୍ଯ୍ୟ ସରିଲେ ଏହାର ଡିପିଆର ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି l


