ଚାଷୀ ସଙ୍ଘଠନ ପାଇଁ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାଜ୍ୟରେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ସରକାର ସମସ୍ୟା ସମାଧା କରୁନଥିବାରୁ ସମସ୍ୟା ଦୁଇଗୁଣ ହୋଇ ଯାଇଛି। ଆଜି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ବରିଷ୍ଠ ଚାଷୀ ଦଶରଥୀ ନାୟକଙ୍କ ନେତୃତରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ବ୍ଲକ ସ୍ତରୀୟ ଚାଷୀ ସଙ୍ଘଠନ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ବୈଠକ ହୋଇ ଯାଇଛି। ଚାଷୀ ଆବାହ ମାନ କାଳରୁ ମୁଣ୍ଡର ଝାଳ ତୁଣ୍ଡରେ ମାରି ବିଲରେ ମାଟି କାଦୁଅରେ ଫସଲ ପ୍ରସ୍ତୁତ କରି ଦୁନିଆକୁ ଆହାର ଯୋଗାଇ ଥାଏ। କିନ୍ତୁ ଫସଲ ଅମଳ ହେବାରେ ମଧ୍ୟ ଧାନକୁ ଉଚିତ ଓ ସୁରକ୍ଷିତ ଭାବରେ ବିକ୍ରି କରିବା ପାଇଁ ସୁବିଧା ସୁଯୋଗ ମିଳୁନଥିବାରୁ ଚିନ୍ତା ରେ ପଡି ଯାଇଛି। ଫସଲ ଅମଳ ପରେ ଟିକେନ ଆସିନଥିବା, ବସ୍ତା ମିଳୁନଥିବା, ମିଲର ଏଗ୍ରିମେଣ୍ଟ କରିନଥିବା ଓ ବିଭିନ୍ନ ସମସ୍ୟା ନେଇ ଚାଷୀ ହଇରାଣ ହେବାକୁ ପଡୁଥିବାରୁ ଚାଷୀ ଏକତା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୫ତାରିଖ ଦିନ ପୁଣି ବ୍ଲକର ପ୍ରତି ପଞ୍ଚାୟତର କିଛି ଚାଷୀଙ୍କୁ ଡାକି ବ୍ଲକ ସ୍ତରୀୟ କମିଟି ଗଠନ କରି ସରକାରଙ୍କୁ ଘେରିବା ସହ ଆନ୍ଦୋଳନ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିରେ ଜି. ପ୍ରସାଦ ରାଓ, ଆପଲସ୍ୱାମୀ କୌଶଲ୍ୟା, କୁମାର ସ୍ୱାମୀ କୌଶଲ୍ୟା, ଶ୍ରୀନବାସ ଚୌଧୁରୀ, ରାମାରାଓ କାଡ୍ରାକା, ଲେଲି କାନ୍ଧପାଣି, ଏଙ୍କେଟେଶ୍ୱର ପାଢ଼ୀ,ଟିଟି ପାଢ଼ୀ, ଶଙ୍କର କାଡ୍ରାକା, ସି ଏଚ ନାଗେଶ୍ୱର ରାଓ, ନରସିଂହ ସାହୁଙ୍କ ସହ ବହୁ ଚାଷୀ ଉପସ୍ଥିତ ରହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ