ସାଧାରଣତନ୍ତ୍ର ଦିବସ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ଓ୍ବାଇଏନଏସ):ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଡିଟୋରିୟମରେ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ ମହୋଦୟ ସଭାପତିତ୍ବ କରିଥିଲେ । ତାଙ୍କ ବ୍ୟତୀତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ ସିଂ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ ଜିଲ୍ଲାପାଳ, ନୀଳଗିରି, ନିର୍ବାହୀ ଅଧିକାରୀଣୀ ନିର୍ଲିପ୍ତା ମହାନ୍ତି, ବାଲେଶ୍ବର ପୌରପାଳିକା, ଡ. ମଧୁସ୍ମିତା ସାମନ୍ତରାୟ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ଏହା ବ୍ୟତୀତ ଏହି ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ, ସାମ୍ବାଦିକ ଗଣ ଏବଂ ବୁଦ୍ଧିଜୀବୀ ଗଣ ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନ ସମ୍ବନ୍ଧରେ ନିଜର ମତାମତ ରଖିଥିଲେ । ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ କୁ ସୂଚାରୁ ରୂପେ ପାଳନ କରାଯିବ ବୋଲି ଏହି ସଭାରେ ନିଷ୍ପତ୍ତି ନିଆଯାଇଥିଲା ।


