ମା’କୁତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡାତ୍ସୋବ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀଦୋଳସ୍ଥିତ ମା’କୁତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡାତ୍ସୋବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ କ୍ରିଡା କେବଳ ବିଦ୍ୟାଳୟସ୍ତରରେ ସୀମିତ ରହିବା ଆବଶ୍ୟକ ନୁହେଁ। ଛାତ୍ରଛାତ୍ରୀମାନେ ଭଲ ଖେଳି ରାଜ୍ୟ ଓ ଜାତୀୟସ୍ତରରେ ସୁନାମ ଅର୍ଜନ କଲେ ଏ ଅଂଚଳର ଗାରିମା ବୃଦ୍ଧି ହେବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ଦାସଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଉପଜିଲାପାଳ ପ୍ରଶାନ୍ତ ତରାଇ,ବିଡିଓ ନିରଞ୍ଜନ ପରିଡା ପ୍ରମୁଖ ଯୋଗ କ୍ରିଡାର ଉପକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଉପସ୍ଥିତ ଅତିଥିମାନଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାବ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୁଜାତା ରାଉତରାୟ,ମୌସୁମୀ ପରିଡା,କର୍ମଚାରୀ ସ୍ମୃତିରଂଜନ ଲେଙ୍କା, ଅମ୍ବିକା ପ୍ରସାଦ ପାଢୀ,ଅକ୍ଷୟ କୁମାର ମୁଦୁଲିଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ପ୍ରଥମେ ଏହି ବିଦ୍ୟାଳୟ ପରିସରରେ ନୂତନ ଶ୍ରେଣୀ ଗୃହର ନିର୍ମାଣ ପାଇଁ ବିଧାୟକଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା।


