ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ପୁରସ୍କାର ପାଇଥିବା  ଛାତ୍ରୀ ପ୍ରଜ୍ଞାରାଣୀ ପଣ୍ଡାଙ୍କୁ ମଙ୍ଗଳବାର  ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ସାହୁ , ଉପସଭାପତି ପ୍ରଦେଶ କୁମାର ପତି , ସମ୍ପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ , କୋଷାଧ୍ୟକ୍ଷ ଏସ୍. ସୁଶାନ୍ତ ଦୋରା , ଉପଦେଷ୍ଟା ରାମମୂର୍ତ୍ତୀ ଆଚାରୀ , ସନ୍ତୋଷ କୁମାର ପାଢୀ , ଶ୍ୟାମସୁନ୍ଦର ରେଡ୍ଡୀ,ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ରହି ପୁରସ୍କାରପ୍ରାପ୍ତ ଛାତ୍ରୀ ଏବଂ ତାଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଗତ ୨୦୨୪ ନଭେମ୍ବରରେ ଟାଟା ବିଲଡିଙ୍ଗ ଇଣ୍ଡିଆ ତରଫରୁ ‘ ଦି ରୋଲ୍ ଅଫ୍ ୟୁଥ ଜେନେରେସେନ ଟୁ ମେକ୍ ସ୍ୱଚ୍ଛ ଭାରତ’ ଶୀର୍ଷକ ଜାତୀୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ ଦିଗପହଣ୍ଡି ଅଞ୍ଚଳ କଲୋନୀ ବାସିନ୍ଦା କାମନା ପଣ୍ଡା ଓ ବନିତା ପାତ୍ରଙ୍କ ଝିଅ ତଥା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାରାଣୀ ପୁରସ୍କାର ପାଇଁ  ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଗତ ଜୁନ୍ ୧୪ ରୁ ୩ ଦିନ ଧରି ଦିଲ୍ଲୀ ସ୍ଥିତ ଭିଭାନ୍ତ ପଞ୍ଚତାରକା ହୋଟେଲରେ ଟାଟା ବିଲଡିଙ୍ଗ ଇଣ୍ଡିଆ ତରଫରୁ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହାପରେ ସମସ୍ତ କୃତିତ୍ୱ ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଭବନକୁ ନିଆଯିବା ପରେ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରାଯାଇଥିଲା । ଏପରିକି ମହାମହିମ ରାଷ୍ଟ୍ରପତି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।  ଗତ ଦଶମ ବୋର୍ଡ ପରୀକ୍ଷାରେ ପ୍ରଜ୍ଞା ୯୩.୮ ପ୍ରତିଶତ ରଖି ବ୍ଳକ ଟପ୍ପର ହୋଇଥିଲେ । ଏହି ପୁରସ୍କାର ହାସଲ କରିବା ପଛରେ ଛାତ୍ରୀ ଜଣକ ଜେଜେବାପା ଶମ୍ଭୁ ପଣ୍ଡା ଓ ପରିବାର ଲୋକ ଏବଂ ସମସ୍ତ ଗୁରୁଜୀ ଗୁରୁମା ଏବଂ ଦାଦା ବାବୁଲା ପଣ୍ଡାଙ୍କୁ ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ