ପ୍ରେସ୍ କ୍ଲବ୍ ପକ୍ଷରୁ ଝଙ୍କଡ଼ର ମା ଶାରଳା ପୀଠ, ବାବା ଗୋରଖନାଥଙ୍କ ପୀଠ ସମେତ ପାରାଦ୍ୱୀପ ବନ୍ଦର ପରିଦର୍ଶନ

ଆନନ୍ଦପୁର, (ଓ୍ବାଇଏନଏସ): ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ ଷ୍ଟାଡିୟମ୍ ପରିସରରେ ସଫଳତାର ସହିତ ବାଣିଜ୍ୟାମେଳା ନିର୍ବାହ କରିବା ପରେ  କ୍ଲବର ପାରାଦ୍ୱୀପ ଗସ୍ତ କାର୍ଯ୍ୟକ୍ରମ ଗସ୍ତ ହୋଇଛି। ବ୍ୟସ୍ତ ବହୁଳ ସମ୍ବାଦିକତା ଜୀବନ ମଧ୍ୟରେ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟମାନେ ପାରାଦ୍ୱୀପ ପରିଦର୍ଶ ପରେ ଆସି ପ୍ରଥମେ ମା ଶାରଳାଙ୍କ ପାଖରେ ଆଶିଷ ଲାଭ କରିବା ପରେ ବାବା ଗୋରଖନାଥଙ୍କ ଦର୍ଶନ କରି  ପାରାଦ୍ୱୀପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ଟ୍ରଷ୍ଟରେ ପରସ୍ପର ମଧ୍ୟରେ ମନ୍ଧୁ ମିଳନ କାଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଅପରାହ୍ନରେ ପାରାଦ୍ୱୀପ ବନ୍ଦର ପରିଦର୍ଶନ ପରେ  କେନ୍ଦ୍ରାପଡାର ତୁଳସୀକ୍ଷେତ୍ର ଭାବେ ପରିଚିତ ବଳଦେବ ଜୀଉ ମନ୍ଦିର ପରିଭ୍ରମଣ  କରି ଫେରିଛନ୍ତି।  କାର୍ଯ୍ୟକ୍ରମ ବେଶ ସୌହାର୍ଦ୍ଦ ପୁର୍ଣ ବାତାବରଣରେ ଶେଷ ହୋଇଛି। ପ୍ରେସ୍ କ୍ଲବର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ରହିଥ‌ିବା ଐକତା ଭାବ ବାଣିଜ୍ୟମେଳା ସହିତ ପାରାଦ୍ୱୀପ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିଛି। ପ୍ରେସ୍ କ୍ଲବ୍‌ର ସଭାପତି ନାରାୟଣ ସାହୁ, ସମ୍ପାଦକ ସନ୍ତୋଷ ରାଉତ, ସଂଗଠନ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ସ୍ବପ୍ତେଶ୍ଵର ପଣ୍ଡା, ବରିଷ୍ଠ ସଦସ୍ୟ , ଗୋପାଳକୃଷ୍ଣ ରାଉତ, ସତ୍ୟଜିତ୍ ସାହୁ, ରାଜୀବ ଲୋଚନ ଜେନା, ଅନୀଲ ସାହୁ, କବିନ୍ଦ୍ର ଖୁଣ୍ଟିଆ, ସଞ୍ଜୟ କୁମାର ଦଳେଇ,ଉପେନ୍ଦ୍ର ସାହୁ, ସ୍ମୁତି ରଞ୍ଜନ ବିହାରୀ, ଗତିକୃଷ୍ଣ ଭୂୟାଁ,, ଉମାକାନ୍ତ ସାହୁ, ଅଭିନାଶ ଶତପଥି, ସରୋଜକାନ୍ତ ପରିଡା,  ପାର୍ଥ ସୌରଭ ସା, ସୁଶାନ୍ତ କୁମାର ସାହୁ, ରାଜକିଶୋର ସାହୁ, ଗୋପି ନାଥ ପାତ୍ର, କୈଳାସ ନାୟକ, ମୋହନ ସାହୁ, ଲିଟୁ ହଜାରୀ, ପ୍ରକାଶ ହଜାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ