ପ୍ରେସ କ୍ଲବର ୨୦ତମ ବାର୍ଷିକ ଉତ୍ସବ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ପ୍ରେସ କ୍ଳବର ୨୦ତମ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ,ଉପ ସଭାପତି ମନୋରଞ୍ଜନ ଦଳାଇ ଓ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ମୁଖ୍ୟବକ୍ତା ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସମ୍ମାନିତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଜିଲ୍ଲା ସଭାପତି ସୁରେଶ ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ସଭାପତି ମନୋଜ ଦାଶ,ବାଲେଶ୍ୱର ଜିଲ୍ଲା ସଭାପତି ଲୋକନାଥ ଦଳେଇ,ମୁନିଗୁଡା ପ୍ରେସ କ୍ଲବ ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ରାୟଗଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଅମୁଲ୍ୟରତ୍ନ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ ଏବଂ ରାଜ୍ୟ ସଙ୍ଗୀତ ବେନ୍ଦେ ଉତ୍କଳ ଜନନୀ ଗାନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ପରେ ପ୍ରେସ କ୍ଲବ ତରଫରୁ ସଦସ୍ୟ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଦିବଂଗତ ସାମ୍ବାଦିକ ନିରଞ୍ଜନ ସାହୁ,ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡାଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପ୍ରେସ କ୍ଲବ ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ଅତିଥି ମାନେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ଗୁରୁତ୍ବ ଓ ସାମାଜିକ ଭୂମିକା,ସାମ୍ବାଦିକ ସୁରକ୍ଷାକୁ ସରକାରୀ ଓ ବେସରକାରୀ ସ୍ତରରେ ଗୁରୁତ୍ବ ଦେବାକୁ ଆହ୍ଵାନ ଦେବା ସହ ସାମ୍ବାଦିକ ମାନଙ୍କ ଦୀର୍ଘ ଦିନର ଦାବି ଗୁଡ଼ିକୁ ରାଜ୍ୟ ସରକାର ସହାନୁଭୂତିର ସହ ଶିଘ୍ରାତି ଶୀଘ୍ର ପୂରଣ କରିବା ଦରକାର ବୋଲି ମତ ଦେଇଥିଲେ। ଏଥିସହ ଗଣମାଧ୍ୟମ ଗଣ ଚେତନାର ବାହାକ,ସାମ୍ବାଦିକ ମାନେ ସାମାଜିକ ପ୍ରତିବଦ୍ଧତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ପ୍ରେସ କ୍ଳବ ତରଫରୁ ଜଗତସିଂହପୁରରୁ ଆସିଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦାସ ଓ ବାଲେଶ୍ୱରରୁ ଆସିଥିବା ଶ୍ରୀ ଦଳେଇଙ୍କ ସହ ପ୍ରେସ କ୍ଲବର ଉଦୀୟମାନ ସାମ୍ବାଦିକ କୈଳାଶ ଲାବଲା ଓ ସୁଦୀପ୍ତ ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ମହିଳା ସ୍ଵୟଂ ସହାୟିକା ଅମ୍ବିକା ନାୟକ,ରୁପାବତି ନାଲା ଓ ନାରୀନେତ୍ରୀ ସୁଶୀଳା ସରାପଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପ୍ରେସ କ୍ଲବର ସମସ୍ତ ସଦସ୍ୟ, ନିମନ୍ତ୍ରିତ ଅତିଥି, ବରନ୍ୟ ଅତିଥି ଏବଂ ଗଣମାଧ୍ୟମରେ କାର୍ଯ୍ୟରତ ଅନେକ ସାମ୍ବାଦିକଙ୍କୁ କ୍ଳବ ତରଫରୁ ଉପହାର ପ୍ରଦାନ କରାଯାଇଥିଲା। ସଭାପତି ରାଜୀବ ଲୋଚନ ଦାସଙ୍କ ଉଦଯାପନୀ ଅଭିଭାଷଣ ଦେଇଥିବା ବେଳେ ଶେଷରେ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବରେ ପ୍ରେସ କ୍ଳବର କୋଷାଧକ୍ଷ ନରେଶ ପାତ୍ର,ସିମାଞ୍ଚଳ ପଣ୍ଡା,ଗଣେଶ ପାତ୍ର,ଲାଡି ଶଙ୍କର ରାଓ,ସନାତନ ନାୟକ,ଧନୁ କୁଶୁଳିଆ, ହାଡ଼ିପା ଗୌଡ଼, ପ୍ରମୋଦ ସାହୁକାର, ରାଜେଶ ସାହୁ,ପ୍ରସାଦ ସାହୁକାର,ଦକ୍ଷ ବାର୍ତା, ରଘୁନାଥ ବେହେରା, ଅନନ୍ତ ନାରାୟଣ ଦୁର୍ଗା, ଜି.ମୁରଲୀ, ଆନନ୍ଦ ଟାକ୍ରି,ବି.ଆନନ୍ଦ ରାଓ, ଈଶ୍ୱର ରାଓ,ସୁକାନ୍ତ ସେଠୀ,ଭି.ପ୍ରବୀନ କୁମାର, ପି.ରାମବାବୁ ପ୍ରମୁଖଙ୍କ ସମେତ ରାୟଗଡ଼ା, ଜଗସିଂହପୁର ଓ ବାଲେଶ୍ଵର ଜିଲ୍ଲା ସହିତ ସୀମାନ୍ତ ବିଷମକଟକ, ଚନ୍ଦ୍ରପୁର, ଆମ୍ବାଦଳା ଆଦି ବ୍ଲକର ଅନେକ ସାମ୍ବାଦିକ ଉପସ୍ଥିତ ରହିଥିଲେ।


