ବ୍ଲକ ଅଧକ୍ଷା ଏବଂ ପଞ୍ଚାୟତ ର ନିର୍ବାଚିତ ସଦସ୍ୟ ମାନଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ

କାଲିମେଳା, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା କାଲିମେଳା ପଞ୍ଚାୟତ ର ସଭା ଗୃହ ରେ ବ୍ଲକ ଅଧକ୍ଷା ଏବଂ ୨୩ ଗୋଟି ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରିଥିଲେ | ଏହି ସମିଳନୀ ରେ ବ୍ଲକ ର ବିଡ଼ିଓ ପ୍ରଦୀପ କୁମାର କର ଙ୍କ ବଦଳି ପାଇଁ ରାସ୍ତା ଏବଂ ବ୍ଲକ କାର୍ଯ୍ୟାଳୟ ଆସନ୍ତା ଏପ୍ରିଲ ୨୯ ରେ ବନ୍ଦ ନ କରି ଆସନ୍ତା ମେ ୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ରଖିଥିଲେ | ସେମାନଙ୍କ କହିବା ଅନୁଯାଇ ଏହି ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ନିର୍ବାଚିତ ପ୍ରତିନିଧି ଏହି ରାସ୍ତା ଘାଟ ବନ୍ଦ କୁ ସ୍ଥଗିତ ରଖିଛନ୍ତି | ପ୍ରକାଶ ଥାଉ କି ଚଳିତ ମାସ ୯ ତାରିଖ ଦିନ ସମସ୍ତ ପ୍ରତିନିଧି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଙ୍କୁ କାଲିମେଳା ବିଡିଓ ପ୍ରଦୀପ କୁମାର କର ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ତାଙ୍କର ବଦଳି ପାଇଁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ | ଜିଲ୍ଲାପାଳ ଅଭିଯୋଗ ପତ୍ର ଗ୍ରହଣ କରି ୧୫ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ, କିନ୍ତୁ ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନଥିଲା |ତେଣୁ ଚଳିତ ୨୯ ତାରିଖ ରେ ବ୍ଲକ ଏବଂ ରାସ୍ତା ଘାଟ ବନ୍ଦ କରିବାକୁ ଚେତାବନି ଦେଇଥିଲେ |ଏହି ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ ଅଧକ୍ଷା ସୁବାସିନୀ ସୋଡି, ଉପାଧ୍ୟାକ୍ଷ ଲଷ୍ମୀଧର ମାଡକାମୀ, ଜିଲ୍ଲା ପରିଷଦ ୨ ମମତା ପଡିଆମୀ, ସମିତି ସଦସ୍ୟ ମାନଙ୍କ ସଭାପତି ଶ୍ୟାମ ପଦ ବିଶ୍ୱାସ, ତାଣ୍ଡବାଇ ସମିତି ସଭ୍ୟ କାରାମ ନାଗା, ବଡିଗେଟା ସମିତି ସଭ୍ୟ ସୋମନାଥ ପଡିଆମୀ,ଗମ୍ଫାଗଣ୍ଡା ସମିତି ସଭ୍ୟା ମୁକେ ମାଡକାମୀ, ଭେଙ୍କେଟପାଲମ ସରପଞ୍ଚ ବୁଜି କବାସୀ, ଏବଂ ତେଲେରାଇ ସରପଞ୍ଚ ମୁତା ସୋଡି ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ