ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୋଲସରା , (ଅନୀଲ କୁମାର ମହାରଣା) : ପୋଲସରା  ସ୍ଥିତ ମାତୃଶକ୍ତି କଲ୍ୟାଣୀ ମଣ୍ଡପ ପରିସରରେ ଶନିବାର ଦିନ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ  ଜିଲ୍ଲା ସଭାପତି ମନୋରଞ୍ଜନ ଗୌଡ଼ଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଜୁଲାଇ ୧୧ ତାରିଖରେ ବାଲିଛାଇ  ସରପଞ୍ଚ ସିଲୁ ବେହେରାଙ୍କ ବିରୁଦ୍ଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣି  ତାଙ୍କୁ ବହିଷ୍କାର କରାଗଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ  ପ୍ରଦାନ କରାଗଲା, ଏହା ଅଗଣତାନ୍ତ୍ରିକ ପଦ୍ଧତିରେ  କରାଯାଇଛି । ୱାର୍ଡ ମେମ୍ବରମାନଙ୍କୁ ଘୋଡାବେପାର କରି ମୋଟା ଅଙ୍କର ଅର୍ଥ ଦେଇ  ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ଯେଉଁ ୱାର୍ଡ ମେମ୍ବରମାନେ ପଞ୍ଚାୟତ ବୈଠକରେ ଦୀର୍ଘ ୫ ମାସ ହେବ ଅନୁପସ୍ଥିତ ରହିଛନ୍ତି, ସେହିପରି ୱାର୍ଡମେମ୍ବାରମାନେ କିଭଳି  ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଯୋଗ୍ୟ ହେଲେ ? ସମ୍ବିଧାନରେ ପଞ୍ଚାୟତ ନିୟମାନୁସାରେ ପ୍ରଥମେ ୱାର୍ଡ ମେମ୍ବରମାନେ ଅଯୋଗ୍ୟ ହେବା କଥା, ସେମାନେ ଅଯୋଗ୍ୟ ଥାଇ କିଭଳି ସରପଞ୍ଚ ସିଲୁ ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଏବଂ ପ୍ରଶାସନ କିଭଳି  ତାହା ଗ୍ରହଣ କଲା। ପ୍ରଶାସନ  ଯେଭଳି ଅଗଣତାନ୍ତ୍ରିକ ପଦ୍ଧତିକୁ ଗ୍ରହଣ କରି ସରପଞ୍ଚଙ୍କ ପଦ ଛଡାଇ ନେଲସ ତାକୁ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ଦୃଢ ବିରୋଧ କରୁଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ସରପଞ୍ଚମାନେ କୌଣସି ଦଳର ନୁହନ୍ତି, ମନ୍ତ୍ରୀ ଯେଉଁ ହୀନ ରାଜନୀତି କରୁଛନ୍ତି ତାକୁ ସଂଘ ଦୃଢ ନିନ୍ଦା କରୁଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ସଂଘର ସଭାପତି ନିରଞ୍ଜନ ଗୌଡ଼, ଉପସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ମୁଖ୍ୟ ପରାମର୍ଶଦାତା ନୀଳାଞ୍ଚଳ ସାହୁ, ଆଇନ ପରାମର୍ଶ ଦାତା ସୁଶାନ୍ତ କୁମାର ସାହୁ, ସିଲୁ ବେହେରା, ମନୋଜ କୁମାର ସାହୁ, ସୁଶୀତ କୁମାର ସାହୁ, କାର୍ତିକ ଜେନା ସମେତ ବହୁ କର୍ମକର୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ