ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମକୁ ବିରୋଧ କରି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ପୋଲସରା(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୟୁ.ଏ.ଏସ୍. ପୋର୍ଟାଲ୍‌କୁ ବିରୋଧ କରି ବ୍ଳକ୍ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୟୁନିଫାଏଡ଼୍ ଅଟୋମେସନ୍ ସିଷ୍ଟମ୍‌ (ୟୁ.ଏ.ଏସ.) ଲାଗୁ କରାଯିବା ନିମନ୍ତେ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ୟୁଏଏସ୍ ପୋର୍ଟାଲ୍ ଏକ ତୃତୀୟ ପକ୍ଷ ଆପ୍ ହୋଇଥିବାରୁ ଓ ସୁରକ୍ଷିତ ହୋଇ ନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ନିଜ ବ୍ୟକ୍ତିଗତ ଡାଟା ସମ୍ବଳିତ ମୋବାଇଲ ଫୋନ୍‌ରେ ଇନ୍‌ଷ୍ଟଲ୍ କରିବାକୁ ବିରୋଧ କରିଛନ୍ତି। ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଭିତ୍ତିଭୂମି ଓ ଡାଟା ପ୍ୟାକ୍ ଯୋଗାଇଦେଲେ ଏହାକୁ ବ୍ୟବହାର କରାଯିବ ବୋଲି ଶିକ୍ଷକ ସଂଘ କହିଛନ୍ତି। ପୋଲସରା ବ୍ଳକ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟକ୍ତିଗତ ଭାବେ ୟୁଏଏସ୍ କୁ ବିରୋଧ କରି ପ୍ରଧାନଶିକ୍ଷକ ଓ ବିଇଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଓ ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏଥିରେ ମହାସଂଘ କର୍ମକର୍ତ୍ତା ଅମିତାଭ ମିଶ୍ର, ସନ୍ନ୍ୟାସୀ ସାହୁ, ଦିଲୀପ କୁମାର ସେଠୀ, କିରଣ କୁମାର ଖଟେଇ, ସତ୍ୟବାନ୍ ପଣ୍ଡା, ସୂର୍ଯ୍ୟ ନାରାୟଣ ନାୟକ, ତ୍ରିଲୋଚନ ପାତ୍ର, ଅକ୍ଷୟ କୁମାର ପଣ୍ଡା, ତ୍ରିନାଥ ବେହେରୁକ ପ୍ରମୁଖଙ୍କ ସହ ଏକ ଶହରୁ ଉର୍ଦ୍ଧ୍ବ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଇଓ ଶ୍ରୀହର୍ଷ ବାବୁ ଖାଡ଼ଙ୍ଗାଙ୍କୁ ବ୍ୟକ୍ତିଗତ ଦରଖାସ୍ତ ପ୍ରଦାନ କରିଥିଲେ। ବ୍ଳକ୍‌ର ୫୦୦ ରୁ ଉର୍ଦ୍ଧ୍ବ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ୟୁନିଫାଏଡ଼୍ ଅଟୋମେସନ୍ ସିଷ୍ଟମ୍‌କୁ ବିରୋଧ କରି ଦରଖାସ୍ତ ପ୍ରଦାନ କରିଥିବା ମହାସଂଘ ଆବାହକ ଅମିତାଭ ମିଶ୍ର, ସଭାପତି ସନ୍ନ୍ୟାସୀ ସାହୁ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ସେଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ