ବିଭିନ୍ନ ବିଭାଗର ସମୀକ୍ଷା କଲେ ପ୍ରମୁଖ ସଚିବ

ଛତ୍ରପୁର, (ଓ୍ବାଇଏନଏସ): ଓଡିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ପ୍ରମୁଖ ସଚିବ ତଥା ଗଞ୍ଜାମ ଜିଲ୍ଲା ସେକ୍ରେଟାରୀ ଦାୟିତ୍ୱ ରେ ଶୋଭା ଶର୍ମା ଗଞ୍ଜାମ ଜିଲ୍ଲା କୁ ଦୁଇଦିନିଆ ଗ୍ରସ୍ତ ରେ ଆସିଛନ୍ତି, ମଙ୍ଗଳବାର ଦ୍ଵିତୀୟ ଦିନର ଅପରାହ୍ନ ରେ ସ୍ଥାନୀୟ ଗଞ୍ଜାମ ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ରୁଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗ ର ସମୀକ୍ଷା କରିଛନ୍ତି, ଜିଲ୍ଲାରେ ଚାଲିଥିବା ପ୍ରକଳ୍ପ  କାର୍ଯ୍ୟ ଗୁଡିକର ଅଗ୍ରଗତି ଏବଂ ନିର୍ଧାରିତ ସମୟ ସୀମା ମଧ୍ୟ ରେ ଶେଷ କରିବା ସହ ସମସ୍ତେ ଭଲ କାମ କରିବା ନିମନ୍ତେ ସେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ସ୍ୱାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ପାନୀୟ ଜଳ, ପରିମଳ, ଗ୍ରାମ୍ୟ ଉନ୍ନୟନ, ପଂଚାୟତରାଜ ବିଭାଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗ ର ଗୋଟି ଗୋଟି କରି ସମୀକ୍ଷା କରିଥିଲେ, ସ୍କୁଲ, କଲେଜ, ହଷ୍ଟେଲ ଓ ଅଙ୍ଗନବାଡିକେନ୍ଦ୍ର ଗୁଡିକ ରେ ପାନୀୟ ଜଳ ର ସୁବ୍ୟବସ୍ଥା, ସ୍ୱଚ୍ଛ ସର୍ବକ୍ଷେଣ ସହ ବ୍ରହ୍ମପୁର ସହର ପରିମଳ, ଡ୍ରେନେଜ ଏବଂ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଥିଲେ, ଜିଲ୍ଲାର ସବ ଡିଭିଜନ ହସ୍ପିଟାଲ ଗୁଡିକ ରେ ମହାପ୍ରାଣାୟାଣ ଗାଡି ର ବ୍ୟବସ୍ଥା ଅଛି କି ନାହିଁ ତାହା ପଚାରି ଥିଲେ, ଆସିକା ଓ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଆନେସ୍ଥେସିଆ ଡାକ୍ତର ନଥିବା ରୁ ଅପରେସନ ହୋଇ ପାରୁନାହିଁ,ତାହାର ସମାଧାନ,  ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ସିଟି ସ୍କେନ ଓ ଡିଜିଟାଲ ଏକ୍ସରା଼ ମେସିନ ପ୍ରଦାନ କରିବା ଏବଂ ବ୍ରହ୍ମପୁର ସିଟି ମେଡିକାଲ ରେ ଡିଜିଟାଲ ଏକ୍ସ ରା଼ ବ୍ୟବସ୍ଥା କରିବା ଓ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଅସୁବିଧା ସମ୍ପର୍କ ରେ ସିଡିଏମଓ ପ୍ରମୁଖ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଜିଲ୍ଲା ରେ ନିର୍ଧାରିତ ତାରିଖ ସୁଦ୍ଧା ରାସନ କାର୍ଡ ଇ – କେ ୱାଇସି ଶତପ୍ରତିଶତ ଶେଷ କରିବା, ପାତ୍ର ବ୍ଲକ ରେ ଇ – କେ ୱାଇ ସି  କମ ଥିବାରୁ ତାହାକୁ ବୃଦ୍ଧି କରିବା ଉପରେ ଚିଫ ସିଏସଓ ଙ୍କୁ ପ୍ରମୁଖ ସଚିବ ପରାମର୍ଶ ଦେଇଥିଲେ, ଭତ୍ତା ପ୍ରଦାନ ନିମନ୍ତେ ଭିନ୍ନକ୍ଷମ ବ୍ୟକ୍ତି ଙ୍କ ବର୍ତମାନ ସାର୍ଟିଫିକେଟ  ସମସ୍ୟା ଦେଖାଯାଉଥିବା ର ଏହା ଉପରେ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ମାନଂକ ସହ ଆଲୋଚନା ହୋଇଥିଲା, ସଠିକ ହିତାଧିକାରୀ ମାନେ ଭତ୍ତା ରୁ ବଞ୍ଚିତ ନ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା, ଗୋପବନ୍ଧୁଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଅନ୍ତଃଦେୟ ଗୃହ ଯୋଜନା, ସେତୁ ବନ୍ଧନ ଯୋଜନା ସମେତ ଅନ୍ୟାନ୍ୟ ଯୋଜନା ଉପରେ ଆଲୋଚନା ହୋଇଥିଲା, ଏହି ସମୀକ୍ଷା ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଗଞ୍ଜାମ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ବେହେରା, ବ୍ରହ୍ମପୁର ଡ଼ିଏଫଓ, ଘୁମୁସର ( ଦକ୍ଷିଣ ) ର ଡ଼ିଏଫଓ ଙ୍କ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ