ଚୌଦ୍ବାର ଜେଲ୍ ପରିସରରେ କଏଦୀଙ୍କ ଆତ୍ମହତ୍ୟା
କଟକ,(ଓ୍ବାଇଏନଏସ): ଚୌଦ୍ବାର ଜେଲ୍ ପରିସରରେ କଏଦୀଙ୍କ ଆତ୍ମହତ୍ୟା । କଏଦୀ ଜଣଙ୍କ ଆଜୀବନ ସଜା କାଟୁଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଜାରି ରହିଛି । ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ। ସୂଚନାଯୋଗ୍ୟ ଯେ, ଚୌଦ୍ୱାର ଜେଲ୍ ପରିସରରେ ଆମ୍ବ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ କଏଦୀ । ମୃତ କଏଦୀ ଜଣଙ୍କ ହେଲେ କଟକ ଜିଲ୍ଲା ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ପ୍ରସାଦ ସ୍ବାଇଁ । ବିଷ୍ଣୁ ପ୍ରସାଦ ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ । ସେ ତାଙ୍କ ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଜେଲ୍ରୁ ୧୦ଦିନ ପାଇଁ ଘରକୁ ଯାଇ ପୁଣି ଜେଲକୁ ଫେରିଥିଲେ ।ଶନିବାର ଅପରାହ୍ନ ୪ଟା ସମୟରେ ଜେଲ୍ ଭିତରେ ଏଭଳି ଘଟଣା ଘଟିଥିଲା । ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।