ବାଲେଶ୍ଵର କୋର୍ଟରୁ କଏଦୀ ଫେରାର
ବାଲେଶ୍ବର(ସରୋଜ ପଣ୍ଡା): ଜେଲରୁ ରିମାଣ୍ଡ ରେ ଆସିଥିବା ବିଚାରାଧୀନ କଏଦୀ ବାଲେଶ୍ଵର ଜିଲ୍ଲା ଏସସି ଏସ ଟି କୋର୍ଟ ରୁ ଫେରାର। ଫେରାର କଏଦୀ ହେଲେ ସେକ ଇସ୍ତାଖାର। ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ। ଆଜି ଜେଲ ରୁ ଜେଲ ରୁ କୋର୍ଟ କୁ ଆସିଥିଲେ।ଦିନ ଦୁଇଟା ସମୟରେ କୋର୍ଟ ପରିସରରୁ ଫେରାର ହୋଇଯାଇଥିଲେ। କଷାଫଳ ମେରାଇନ ଥାନାର କେଶ ନଂ 31/09.10.25 ।ଜଣେ ଆଦିବାସୀ ମହିଳା ଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଗିରଫ ହୋଇ ଜେଲ ରେ ଥିଲେ। ଆଜି ତାଙ୍କର ବେଲ ଆବେଦନ ହୋଇଥିଲା।


