ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ପ୍ରିୟାଂଶୀ ବଡୁଙ୍କ ସଫଳତା

ବୁଗୁଡା, (ଅନୀଲ କୁମାର ମହାରଣା): ନିମ୍ନ ପ୍ରାଥମିକ (ତୃତୀୟ ଶ୍ରେଣୀ) ବୃତ୍ତି ପରୀକ୍ଷା ୨୦୨୫ ପରୀକ୍ଷା ଫଳ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇସାରିଛି। ଏହି ବୃତ୍ତି ପରୀକ୍ଷାରେ ବାଲିପଦର ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରିୟାଂଶୀ ବଡୁ ସରକାରୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପିତା ଶ୍ରୀଧର ବଡୁ ଓ ମାତା ପ୍ରିୟଙ୍କା ବଡୁଙ୍କ ସୁଯୋଗ୍ୟା କନ୍ୟା ପ୍ରିୟାଂଶୀ ବଡୁ    ୦୧/୦୪/୨୦୨୫ ତାରିଖ ଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ ଏକ ଶହ ଟଙ୍କା ଲେଖାଏଁ ବୃତ୍ତି ଅର୍ଥ ପାଇବେ ବୋଲି ଜଣାପଡିଛି। ଏହି ସଫଳତା ପାଇଁ ଝିଅର ପିତା ଓ ମାତା ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ