ବ୍ଲକସ୍ତରୀୟ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଭାଷାଜ୍ଞାନ ପ୍ରବନ୍ଧ, ଚିତ୍ରାଙ୍କନ ଓ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ କୃତକାର୍ଯ୍ୟ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଆଜି ପୁରସ୍କାର ବଣ୍ଟନ କରାଯାଇଛି ।  କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର  ବିଡିଓ ରଞ୍ଜନ କୁମାର ପରିଡ଼ା, ମୂଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସ୍ବତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ମୋହନ ଚ଼ରଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ହାଟଡିହି ହାଇସ୍କୁଲ୍ ର ପୁର୍ବତନ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଓରାଳୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ ପ୍ରମୁଖ  ଯୋଗଦେଇ.ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପ୍ରତି ସମସ୍ତଙ୍କ ଅବଦାନ ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।  ଏହି ଅବସରରେ ଚିତ୍ରାଙ୍କନରେ  ଦେବୀ ପ୍ରସାଦ ସାମଲ, ଅପୂର୍ବ ରଞ୍ଜନ ଜେନା, ସାଇ ସମ୍ପୂର୍ଣ୍ଣା ଧଳ, ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗୀତାରେ ରାଜଶ୍ରୀ ରାଜଲକ୍ଷ୍ମୀ ରଣା, ଛାତ୍ରୀ ଅନୁଷ୍କା ରାଉତ, ନିବେଦିତା ସାହୁ,   ଓଡିଆ ଭାଷାଜ୍ଞାନ ଓ ପବନ୍ଧ ପ୍ରତିଯୋଗୀତାରେ କୃତ୍ତିତ୍ୱ ହାସଲ କରିଥିବା ପ୍ରୀୟାନସୀ ପ୍ରିୟଦର୍ଶନୀ ରାଉତ  ପ୍ରଥମ,  ଇତିଶ୍ରୀ ପ୍ରୀୟ ଦର୍ଶନୀ ଜେନା , ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।  ପ୍ରତିବର୍ଷ ପରି ଚ଼ଳିତ ବର୍ଷ ମଧ୍ୟ ଶିକ୍ଷାବିତ ମୋହନ ଚ଼ରଣ ମହାନ୍ତି ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ନିଜ ଉଦ୍ୟମରେ ଗୋଟିଏ ଲେଖାଏଁ ପୁରସ୍କାର ଭାବେ ଶିକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ। ସି ଆର୍ ସି ସି ଦେବାଶିଷ ବାରିକ, ଆକାଶ କୁମାର ସାହୁ, ଶିକ୍ଷକ ନବ କିଶୋର ବିଶ୍ଵାଳ, ଶିଶିର କୁମାର ବିଶ୍ବାଳ, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ଲକ୍ଷ୍ମୀ କାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ପ୍ରଦୀପ କୁମାର ସ୍ବାଇଁ, କର୍ମଚାରୀ ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ଵାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ