ବିଶ୍ଵ ଦିବ୍ୟାଙ୍ଗ ଦିବସରେ ଶୋଭାଯାତ୍ରା

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବିଶ୍ଵ ଦିବ୍ୟାଙ୍ଗ ଦିବସ ଅବସରରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼. ଶଙ୍କର ନାରାୟଣ ବେଜ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ଇସକଫ୍ ରାଜ୍ୟ ସାଧାରଣ ସମ୍ପାଦକ ହରପ୍ରସାଦ ରଥ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେହିଭଳି ଏବିଇଓ ବାଳା ମାଝୀ, ବିଶ୍ରବା ପାଇକ, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇ. ଗଣେଶ ପାତ୍ର, ଏନପିଏସ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମା ଶଙ୍କର ସାହୁ, ସିଆରସିସି ଅନିଲ କୁମାର ଦାସ ଙ୍କ ସମେତ ଅନ୍ୟାନ୍ୟ ସିଆରସିସି ବୃନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦିବ୍ଯାଙ୍ଗ ମାନଙ୍କ ଅଧିକାର, ସରକାରୀ ଯୋଜନା ଏବଂ ସାମାଜିକ ସୁରକ୍ଷା ନେଇ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଦିବ୍ଯାଙ୍ଗ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବା ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଗୋଷ୍ଠୀ ସମ୍ଭଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ