ଆସିକା ବିଜ୍ଞାନ କଲେଜର ନୂତନ ଅଧ୍ୟକ୍ଷ ରୂପେ ପ୍ରଫେସର ବିଭୂତି ଭୂଷଣଙ୍କ ଦାୟିତ୍ୱ ଗ୍ରହଣ
ଆସିକା (ୱାଇଏନ୍ଏସ୍) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ରୂପେ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ଧରାକୋଟ ବ୍ଳକ ଅନ୍ତର୍ଗତ ଜାହାଡା ଗ୍ରାମର ସ୍ୱର୍ଗତ ଗୌରଚନ୍ଦ୍ର ବେବର୍ତ୍ତା ଓ ସ୍ୱର୍ଗତା ମାହେଶ୍ୱରୀ ବେବର୍ତ୍ତାଙ୍କ ଦ୍ୱିତୀୟ ପୁତ୍ର ବିଭୂତି ଭୂଷଣ ବେବର୍ତ୍ତା ୧୯୮୫ ମସିହାରେ ଜାହାଡା ହାଇସ୍କୁଲରୁ କୃତିତ୍ୱର ସହ ମାଟ୍ରିକ ପାସ୍ କରିବା ପରେ ୧୯୮୫ ମସିହାରୁ ୧୯୮୭ ମସିହା ପର୍ଯ୍ୟନ୍ତ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଏବଂ ୧୯୮୭ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ଖଲିକୋଟ ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମ ଏବଂ ୧୯୯୦ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ମାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୯୩ ମସିହାରେ ବାଲିପଦର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ ବିଭୂତି ଭୂଷଣ ବେବର୍ତ୍ତା ନିଜର କର୍ମମୟ ଜୀବନ ଆରମ୍ଭ କରି ଗତ ୨୦୨୫ ମସିହା ଜୁନ୍ ମାସରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରୂପେ କାର୍ଯ୍ୟରେ ଯୋଗଦେଇଥିଲେ । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମର ବାସିନ୍ଦା ତଥା ଆସିକା ବିଜ୍ଞାନ ମହାବିଦ୍ୟାଳୟର ନବନିଯୁକ୍ତ ଅଧ୍ୟକ୍ଷ ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତା ନିଜର କର୍ମମୟ ଜୀବନ ଭିତରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା ବେଳେ ସେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତାଙ୍କୁ ଶିକ୍ଷାନୁଷ୍ଠାନର ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପକ ସରୋଜ କୁମାର ପଣ୍ଡା, ବିଘ୍ନରାଜ ପାଢୀ, ଡଃ ନନ୍ଦିତା ଦାଶ, ଏଲ୍.ଭାନୁ ରାଓ, ଡଃ ଜିନିତ୍ ସବା, ସାଲ୍ କୁମାର ସ୍ୱାମୀ, ପଦ୍ମା ମଲିକ, ଚନ୍ଦନ ମାରାଣ୍ଡି, ସାରଥୀ ଗମାଙ୍ଗୋ, ମିନତୀ ବେହେରା, ଚିତ୍ରସେନ ବେହେରା, ରଶ୍ମୀପ୍ରିୟା କାଲୁ, ଯୋଗେଶ୍ୱରୀ ଧାରୁଆ, ଶୁଭେନ୍ଦୁ କୁମାର ରଥ, ଦୟାନିଧି ବଡରଇତ, ପ୍ରିୟବ୍ରତ ପ୍ରଧାନ, ସପନିତ ପ୍ରଧାନ, ଦେବାଶିଷ୍ ସାହୁ, ଅଶୋକ କୁମାର ସାହୁ, ପବିତ୍ର ଧାଙ୍ଗଡାମାଝୀ, ସାରଥୀ ଗମାଙ୍ଗୋ, ଅଜିତ୍ କୁମାର ମୁନି, କୁନିକା ଦାଶ, ବିଭୁକଲ୍ୟାଣ ପଣ୍ଡା, ଲକ୍ଷ୍ମୀକାନ୍ତ ଷଡଙ୍ଗୀ, ରେଶମା ପାତ୍ର, ମାଧୁରୀ ହେମ୍ବ୍ରମ୍, ମଂଜୁ ଡାକୁଆ, ଧନଞ୍ଜୟ ମହାପାତ୍ର, ସନାତନ ପାଢୀ, ଡଃ ଗଣେଶ୍ୱର ପ୍ରଧାନ, କର୍ମଚାରୀ ବିଜୟ କୁମାର ନାୟକ, ପିଙ୍କୁ ବିଷୋୟୀଙ୍କ ସମେତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି । ଅତୀତରେ ଯେଉଁ କଲେଜରେ ପାଠ ପଢିଥିଲେ ଆଜି ସେହି କଲେଜରେ ଅଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ବେଶ୍ ଖୁସି ଓ ଆନନ୍ଦ ଲାଗୁଛି ବୋଲି ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତା ପ୍ରକାଶ କରିକହିଛନ୍ତି ଶିକ୍ଷାନୁଷ୍ଠାନର ଶୈକ୍ଷିକ ଭିତ୍ତିଭୂମୀର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଯଥାସାଧ୍ୟ ପ୍ରୟାସ କରିବି ।


