ପଣା ସଂକ୍ରାନ୍ତି ପୂର୍ବରୁ ଆସିକାରେ ଫଳଦର ଆକାଶଛୁଆଁ

ଆସିକା  (ୱାଇଏନ୍‍ଏସ୍‍) : ଆସନ୍ତା ମଙ୍ଗଳବାର ୧୪ ତାରିଖ ଦିନ ପାଳିତ ହେବ ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ । ହିନ୍ଦୁ ସଂପ୍ରଦାୟର ବାରମାସରେ ତେର ପର୍ବ ପାଳନ ହେଉଥିଲା ବେଳେ ସେଥି ମଧ୍ୟରୁ ପଣାସଂକ୍ରାନ୍ତି ଅନ୍ୟତମ । ଆସନ୍ତା ମଙ୍ଗଳବାର ଦିନ ପାଳିତ ହେବାକୁ ଥିବା ମହାବିଷୁବ ସଂକ୍ରାନ୍ତି ତଥା ପଣାସଂକ୍ରାନ୍ତି ପାଇଁ ଏବେଠୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଫଳମୂଳ ବଜାର ଚଳଚଞ୍ଚଳ ହେବାରେ ଲାଗିଛି । ପଣା ସଂକ୍ରାନ୍ତି ପୂର୍ବରୁ ଆସିକା ଅଞ୍ଚଳରେ କେତେକ ଫଳମୁଳର ଦର ଆକାଶଛୁଆଁ ହୋଇଥିବାରୁ ନିମ୍ନ ଓ ମଧ୍ୟବିତ୍ତ ପରିବାରର ଶ୍ରଦ୍ଧାଳୁ ଭକ୍ତମାନେ କିଭଳି ପଣାସଂକ୍ରାନ୍ତି ପାଳନ କରିବେ ତାହାକୁ ନେଇ ଚିନ୍ତାରେ ପଡିଯାଇଥିବା ଆଲୋଚିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପଣା ସଂକ୍ରାନ୍ତି ପାଇଁ ବିଶେଷ ଭାବେ ଆବଶ୍ୟକ ପଡୁଥିବା ବେଲ, ତରଭୁଜ, କଦଳୀ, ନଡିଆ, କମଳା, ଏପେଲ୍‍, ପାଚିଲା ଅମୃତଭଣ୍ଡା ସମେତ ଅନ୍ୟ କେତେକ ଫଳଦର ଅଧିକ ଥିବା ଦେଖିବାକୁ ମିଳୁଛି । ପଣାସଂକ୍ରାନ୍ତି ପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ଫଳର ଦର ଆଶାତୀତ ଭାବେ ବୃଦ୍ଧି ପାଇଥିଲେ ବି ହିନ୍ଦୁ ସଂପ୍ରଦାୟର ଓଡିିଆ ଘରର ଏହି ମହାନ୍‍ ପରମ୍ପରାକୁ ପାଳନ କରିବା ପାଇଁ ଫଳମୂଳ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ମହାବିଷୁବ ସଂକ୍ରାନ୍ତି ତଥା ପଣାସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଆସନ୍ତା ମଙ୍ଗଳବାର ଦିନ ପାଳନ ହେବାକୁ ଥିବା ଏହି ତିଥିରେ ରାମମନ୍ଦିର, ହନୁମାନ ମନ୍ଦିର ଗୁଡିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆୟୋଜନ ସାଙ୍ଗକୁ ଘରେ ଘରେ ପଣା ପ୍ରସ୍ତୁତ କରିବାର ବିଧି ରହିିଛି । ସାଧାରଣତଃ ପଣା ସଂକ୍ରାନ୍ତିରେ ପ୍ରସ୍ତୁତ ହେଉଥିବା ପଣାରେ ବେଲ, ନଡିଆ, କଦଳୀ, ଅଙ୍ଗୁର, ସେଓ, ଡାଳିମ୍ବ, ଛେନା, କ୍ଷୀର ସମେତ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଭକ୍ତମାନେ ଫଳମୂଳ କିଣିବା ପାଇଁ ଯଥେଷ୍ଟ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ପଣା ସଂକ୍ରାନ୍ତି ପାଇଁ ଆବଶ୍ୟକ ପଡୁଥିବା ଫଳମୂଳର ଦାମ୍‍ ଅନ୍ୟ ସାଧାରଣ ଦିନ ଠାରୁ ଅଧିକ ଥିବା ପରିଲକ୍ଷିତ ହୋଇଛି । ଦର ଯେତେ ଅଧିକ ଥିଲେ ବି ବହୁ ଶ୍ରଦ୍ଧାଳୁ ଭକ୍ତ ନିଜ ସକ୍ଷମ ମୁତାବକ ଫଳମୂଳ କ୍ରୟ କରୁଥିବା ବେଳେ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ବ୍ୟବସାୟୀ ବିଭିନ୍ନ କିସମର ସଚେଜ ଫଳମୂଳ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ