ଭିନ୍ନକ୍ଷମଙ୍କୁ ସହାୟତା ଉପକରଣ ପ୍ରଦାନ କାର୍ଯ୍ୟକ୍ରମ
ରାଇକିଆ ,-(ପ୍ରଦୀପ ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଗୁମାମାହା ପଞ୍ଚାୟତ ଠାରେ ଭିନ୍ନକ୍ଷମ ଙ୍କୁ ବିଭିନ୍ନ ପ୍ରକାର ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଧ୍ୟମ ଫାଉଣ୍ଡେସନ ଓ ଏଡବ୍ଲୁଓ ଇଣ୍ଟର ନେସନାଲ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଇକିଆ ବିଡିଓ ସବ୍ୟସାଚୀ ସାହୁ ସାହୁ, ଗୁମାମହା ସରପଞ୍ଚ ପ୍ରମିଳା ପ୍ରଧାନ ଯୋଗଦେଇ ଟ୍ରାଇ ସାଇକେଲ, ଦୃଷ୍ଟି ବଧିତ ଙ୍କ ପାଇଁ ଆଶା ବାଡି, ହ୍ବିଲ ଚେୟାର ଇତ୍ୟାଦି ସାମଗ୍ରୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ବିଏସଏସଓ ରାମକୃଷ୍ଣ ବେହେରା, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ ଯୋଗ ଦେଇଥିଲେ । ମାଧ୍ୟମ ଫାଉଣ୍ଡେସନ ତରଫରୁ ସଞ୍ଜୀବ ଖଣ୍ଡଗିରି , ସୌଭାଗ୍ୟ ମିଶ୍ର, ଜଳନ୍ଧର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥି ସହ ସୁଗଡବଡି ଓ ଦଦୀଙ୍ଗିଆ , ପେଟପାଙ୍ଗା ପଞ୍ଚାୟତ ରେ ମଧ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।