ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ସମାଜସେବୀଙ୍କ ପରଲୋକ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବାହାନଡ଼ା ଅଞ୍ଚଳର ଜଣେ ବିଶିଷ୍ଟ ସମାଜସେବୀଙ୍କ ସଡ଼କ ଦୁର୍ଘଟଣାରେ ଗୁରୁବାର ମୃତ୍ଯୁବରଣ ଘଟିଛି। ସେ ମହାନ ବ୍ୟକ୍ତିତ୍ୱ ହେଲେ ବାହାନଡ଼ା ଅଞ୍ଚଳର ୭୫ବର୍ଷୀୟ ନବ କୁମାର ନାୟକ। ସୂଚନା ଅନୁସାରେ ସେ ଗୁରୁବାର ଭୋର ସାଇକେଲ ଯୋଗେ ରାଜପଥ ଦେଇ ଦାନ୍ତିଆମୁହାଁ ଯାଉଥିବା ସମୟରେ ତାରାକୁଟି ବଡ଼ପୋଲ ନିକଟରେ ପଛପଟୁ ଏକ ଦ୍ରୁତଗାମୀ ବାଇକ ଆସି ତାଙ୍କ ସାଇକେଲକୁ ଧକ୍କା ଦେବା ଫଳରେ ସେ ରାସ୍ତା ତଳକୁ ଗଳି ପଡ଼ିଥିଲେ। ସେଠାରେ ତାଙ୍କ ମୁଣ୍ଡ ଗୋଡ ଚାରିଆଡେ ପ୍ରବଳ ଆଘାତ ଲାଗିଥିଲା। ସ୍ଥାନୀୟ ଅଞ୍ଚଳର କିଛି ଗ୍ରାମବାସୀମାନେ ତାଙ୍କୁ ବେତନଟୀ ଡାକ୍ତରଖାନା ଆଣି ପହଂଚାଇବା ପରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ ଶରୀରକୁ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯିବା ପରେ ଅପରାହ୍ନରେ ତାଙ୍କ ଶରୀରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ମରଶରୀରକୁ ବାହାନଡ଼ା ଗ୍ରାମ ସାରା ଶୋଭା ଯାତ୍ରା କରି ବାହାନଡ଼ା ମଶାଣି ରେ ଶେଷକୃତ ସମ୍ପର୍ଣ୍ଣ କରିଥିଲେ। ତାଙ୍କ ମୃତ୍ୟୁରେ ବାହାନଡ଼ା ତଥା ବେତନଟୀରେ ଶୋକାକୁଳ ପରିସ୍ଥିତି ଶୃଷ୍ଟି ହୋଇ ଥିଲା। ଶେଷକୃତ୍ୟ ସମ୍ପନ୍ନ ସମୟରେ ପୁତ୍ର ଦୀଲିପ କୁମାର ନାୟକ, ତାଙ୍କ ବଡଭାଇଙ୍କ ପୁତ୍ର ପ୍ରଦୀପ ନାୟକ ସ୍ଥାନୀୟ ଅଞ୍ଚଳର ଅଲୟ ପ୍ରଧାନ, ରଞ୍ଜିତ ପ୍ରଧାନ, ସରଜିତ ପ୍ରଧାନ, ବୈଦ୍ୟଭୁଷଣ ଦାସ, ସଞ୍ଜୟ ମଢୁଆଳ, ବାବୁଲି ରଣା, ମୁନା ରଣା, ବାଦଲ ରଣା, ଯାମିନୀ ନାଏକ, ଜ୍ଞାନରଞ୍ଜନ ବେହେରା, ତପନ ନାୟକ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ସୂଚନଯୋଗ୍ୟ ସେ ଜଣେ ବହୁତ ପରୋପକାରୀ ବ୍ୟକ୍ତି ଥିଲେ। ଆଖ ପାଖ ଅଞ୍ଚଳରେ ଜଦି କେହି ଲୋକ ମୃତ୍ୟୁବରଣ କରନ୍ତି ତାହାଲେ ମୃତ୍ୟୁବରଣ ପରର କ୍ରିୟା କର୍ମ ସମାପନ କରି ମରଶରୀର କୁ ଶବଦାହ କରିବା କାମ ସବୁ ସେ କରୁଥିଲେ। ସେ ତାଙ୍କ ଜୀବନକାଳ ମଧ୍ୟରେ ପାଖାପାଖି ୮ ଶହ ରୁ ଉର୍ଦ୍ଧ୍ବ ଲୋକଙ୍କ ଶବଦାହ ନିଜ ହାତରେ କରିଛନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ ବାହାନଡ଼ା ଅଞ୍ଚଳର ହଜାର ହଜାର ଲୋକ ଝୁରିବେ ବୋଲି ମତ ପ୍ରକାଶ ପାଇଛି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି।