ସମ୍ପତ୍ତି ପାଇଁ ଗଣ୍ଡଗୋଳ : ୨ ଭାଇ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଛଣମେରୀ ଗ୍ରାମରେ ସମ୍ପତ୍ତି ଭାଗ ବଣ୍ଟନ କୁ କେନ୍ଦ୍ରକରି ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ପୁଲିସ  ୨ ଭାଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେମାନେ ହେଲେ ସୁରେନ୍ଦ୍ର ପ୍ରଧାନ ଓ ପଞ୍ଚାନନ ପ୍ରଧାନ । ଖବରପ୍ରକାରେ , ଗ୍ରାମର ସୁନୀତା ପ୍ରଧାନଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ବଡ଼ ଭଣଜା ସୂର୍ଯ୍ଯଙ୍କୁ ଜମିବାଡ଼ି ଓ ଗ୍ରାମରେ ରହିଥିବା ମିଲର ଦାୟିତ୍ୱ ବୁଝାସୁଝା ନିମନ୍ତେ ଦିଆଯାଇଥିଲା । କିନ୍ତୁ ମାମୁଁଙ୍କ ସମ୍ପତ୍ତିକୁ ବଡ଼ଭାଇ ସୂର୍ଯ୍ଯ ମାଇଁର ଅଜାଣତରେ ହଡ଼ପ କରୁଥିବା ନେଇ ପୂର୍ବରୁ ବହୁବାର ଥାନାରେ ମାମଲା ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୋର୍ଟରେ ଏକାଧିକ ମକଦ୍ଦମା ରହିଛି ।  ଗତ ଜୁନ୍ ୧୭ ତାରିଖ ଦିନ ସୂର୍ଯ୍ୟ ମିଲରୁ ଧାନ ବିକ୍ରୟ ନିମନ୍ତେ ଗାଡ଼ିରେ ଧାନ ଲୋଡ୍ କରୁଥିବା ସମୟରେ ମାଇଁ ସୁନିତା ଏବଂ ଦୁଇ ଭଣଜା ସୁରେନ୍ଦ୍ର ଓ ପଞ୍ଚାନନ ମିଲରୁ ଧାନ ବିକ୍ରୟ କରିବାକୁ ବାରଣ କରିଥିଲେ । ଯାହାକୁ ନେଇ ୩ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ସୁରେନ୍ଦ୍ର ଓ ପଞ୍ଚାନନ ମିଶି ବଡ଼ଭାଇ ସୂର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ଚିକିତ୍ସାଧୀନ ରହିଥିବା ବେଳେ ପରଦିନ ସୂର୍ଯ୍ୟଙ୍କ ସ୍ତ୍ରୀ ନନ୍ଦିନୀ ପ୍ରଧାନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ ଥାନା କେସ୍ ନଂ ୨୧୪/୨୫ ଅନୁସାରେ ମାମଲା ରୁଜୁ କରିଥିଲା । ସେହିପରି ସୁନିତାଙ୍କ ଏତଲା ଅନୁସାରେ ଥାନା କେସ୍ ନଂ ୨୧୫/୨୫ ପ୍ରକାରେ ପୃଥକ ମକଦ୍ଦମା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା। ଜଣାପଡିଛି । ଅନ୍ୟପକ୍ଷରେ ପୁଲିସ ଶୁକ୍ରବାର ଅପରାହ୍ନରେ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ