କେନ୍ଦୁଝରଗଡ ସରସ୍ୱତୀ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଧନୁର୍ଜୟ ନାରାୟଣ ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ମଧୁସୂଦନ ମିଶ୍ର ଯୋଗଦେଇ ରକ୍ଷା ବନ୍ଧନର ତାତ୍ପର୍ଯ୍ୟ ସମ୍ବନ୍ଧରେ କହିଥିଲ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନୂତନ ଭାବରେ ଖୋଲିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଶିଶୁ ଭାଇଭଉଣୀ ଓ  ଗୁରୁଜୀଗୁରୁମାମାନେ ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧିଥିବା ବେଳେ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛରେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ବିଦ୍ୟାଳୟର ସ୍କାଉଟ, ଗାଇଡ ଓ ଏନ୍ ସି.ସି. ଛାତ୍ରଛାତ୍ରୀମାନେ ସହର ମଧ୍ୟରେ ଥିବା ମହାପୁରୁଷମାନଙ୍କଠାରେ ମାଲ୍ୟର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଲମ୍ବୋଦର ମହାନ୍ତ, ସନ୍ତୋଷ କୁମାର କର, ପ୍ରଦୀପ କୁମାର ଦାସ ଓ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ