ରକ୍ଷା ବନ୍ଧନ କାର୍ଯ୍ୟକ୍ରମ
ଛତ୍ରପୁର,(ଓ୍ବାଇଏନଏସ): ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ଏକ ବିଶେଷ ରାଜଯୋଗ ତଥା ପବିତ୍ର ରକ୍ଷା ବନ୍ଧନ ର କାର୍ଯ୍ୟକ୍ରମ ସ୍ଥାନୀୟ ସେବା କେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛିlଏଥିରେ ମୁଖ୍ୟ ଅତିଥି ତଥା ବକ୍ତା ରୂପେ ବ୍ରହ୍ମକୁମାରୀର ର ଆନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟ ଆବୁ ରାଜସ୍ଥାନରୁ ବ୍ରହ୍ମକୁମାର ରାଜେନ୍ଦ୍ର ପ୍ରସାଦ ଯୋଗ ଦେଇଥିଲେ, କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ସେ ବ୍ରହ୍ମା କୁମାରୀ ସଂଗଠନର ଜଣେ ବରିଷ୍ଠ ରାଜଯୋଗ ଶିକ୍ଷକ ତଥା ଜଣେ ଉତ୍ସର୍ଗୀକୃତ ବ୍ୟକ୍ତି ଯିଏ ୧୯୭୨ ମସିହାରୁ ୧୫ ବର୍ଷ ବୟସରୁ ଈଶ୍ୱରୀୟ ସେବାରେ ଜଡିତ ଓ ରାଜଯୋଗ ଶିକ୍ଷା ଏବଂ ଗବେଷଣା ଫାଉଣ୍ଡେସନ୍ ର ଗ୍ରାମୀଣ ଶାଖାର ଉପାଧ୍ୟକ୍ଷ ପଦବୀରେ କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମ ରେ ଆଖାପାଖର ଚାରୋଟି ବ୍ଲକ ଯଥା – ଛତ୍ରପୁର, ଗଞ୍ଜାମ, ପୁରୁଷୋତ୍ତମପୁର ଓ ରମ୍ଭା ବ୍ଲକ ର ୩୦୦ରୁ ଅଧିକା ଭାଇ ଓ ଭଉଣୀ ମାନେ ଯୋଗଦାନ କରିଥିଲେ l ଏହାକୁ ସୂଚାରୁ ରୂପରେ ପରିଚାଳନା କରିଥିଲେ ଛତ୍ରପୁର ସେବା କେନ୍ଦ୍ର ର ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ l


