ବେଦାନ୍ତ କମ୍ପାନୀ ବିରୋଧରେ ପ୍ରତିବାଦ : ଗାଁକୁ ଗାଁ ବୁଲି ସ୍ୱର ଉଠାଉଛନ୍ତି ୫ ଖଣ୍ଡ ଗ୍ରାମବାସୀ
କଲ୍ୟାଣସିଂହପୁର(ଓ୍ବାଇଏନଏସ): ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ସିଜିମଳି(ତିଜିମଲି) ପର୍ବତମାଳା ପୁଣି ଥରେ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ଓ ପରିବେଶ ରକ୍ଷାର ପ୍ରତୀକ ହୋଇଛି ବେଦାନ୍ତ କମ୍ପାନୀଙ୍କ ବକ୍ସାଇଟ୍ ଖଣି ପ୍ରକଳ୍ପ ବିରୋଧରେ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦାମାନେ ପୁଣି ଏକଜୁଟ୍ ହୋଇଛନ୍ତି I ଏହି ପର୍ବତମାଳା କେବଳ ଖଣିଜ ସମ୍ପଦର ଭଣ୍ଡାର ନୁହେଁ, ଏହା ଡଙ୍ଗରିଆ ଝରଣିଆ କନ୍ଧ ଓ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ଜୀବନ ସଂସ୍କୃତି ଓ ପରିବେଶ ସହ ଗଭୀର ସମ୍ପର୍କ ରଖୁଛି I ବେଦାନ୍ତ ପାଇଁ ମୈତ୍ରୀ କମ୍ପାନୀ ଅନେକ ସମୟରେ ଲୋକଙ୍କୁ ଲଗେଇ ଭୟ ଦେଖେଇ ଡରେଇ ଧମକେଇ ଆଦିବାସୀ ମାନଙ୍କୁ ହୋଇରଣ ହରକତ କରିବାକୁ ସବୁବେଳେ ଚେଷ୍ଟା କରୁଛି । ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ନାଲି ଆଖ୍ ଦେଖେଇ କମ୍ପାନୀ ର ଗୁଣ୍ଡା ସାଜିଥିବା ସ୍ଥାନୀୟ ଲୋକ କହିଛନ୍ତି । ବର୍ତ୍ତମାନ ସରକାର ଲୋକଙ୍କ ସରକାର ଆଦିବାସୀ ମାନଙ୍କ ସରକାର କହି ଡିମ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ଆଦିବାସୀ ମାନେ ହିଁ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ବର୍ତ୍ତମାନର ସମୟରେ (୨୦୨୬ ଆରମ୍ଭରେ) ସ୍ଥାନୀୟ ଲୋକେ ପୁଣି ଥରେ ବିକ୍ଷୋଭ ଓ ସମାବେଶ କରିବାକୁ ଆରମ୍ଭ କରିଛନ୍ତି । ମା ମାଟି ମାଳି ସୁରକ୍ଷା ମଞ୍ଚ ଓ ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ ଓ ନିୟମଗିରି ସୁରକ୍ଷା ମଞ୍ଚ ଭଳି ସଂଗଠନମାନେ ଏହି ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି I ସମ୍ପ୍ରତି ବେଦାନ୍ତ କମ୍ପାନୀର ପ୍ରତିନିଧୂ ଓ ଇଞ୍ଜିନିୟରମାନେ ଅଞ୍ଚଳରେ ଆସିବାକୁ ଚେଷ୍ଟା କଲେ ମଧ୍ୟ ସ୍ଥାନୀୟ ଲୋକେ ଦୃଢ଼ଭାବେ ବିରୋଧ କରି ଘୋଉଡାଇ ଦେଇଛନ୍ତି I ଗ୍ରାମବାସୀମାନେ ସ୍ପଷ୍ଟ କହିଛନ୍ତି ଯେ ଗ୍ରାମ ସଭାର ଅନୁମତି ବିନା କୌଣସି ଖଣି କାର୍ଯ୍ୟ ହେବ ନାହିଁ।ସେମାନେ ସମ୍ବିଧାନର ଅନୁଚ୍ଛେଦ ୫ ଅନୁଯାୟୀ ଗ୍ରାମ ସଭାର ଅଧୂକରକୁ ଦାବି କରୁଛନ୍ତି ପୂର୍ବରୁ ମଧ୍ୟ ଏହି ଆନ୍ଦୋଳନରେ ଅନେକ ଆଦିବାସୀ ନେତା ମାନଙ୍କୁ ଗିରଫ କରାଯାଇଥୁଲା | ଗତ ସପ୍ତାହକ ମଧ୍ୟରେ ପାହାଡ଼ ଅଞ୍ଚଳର ପାଞ୍ଚଟି ଗ୍ରାମର ଶତାଧିକ ଲୋକ ମେଳି ବାନ୍ଧି ସ୍ୱାଧୀନତା ଆନ୍ଦୋଳନ ଭଳି ଗାଁ କୁ ଗାଁ ପଡ଼ାକୁ ପଡା ବୁଲି ଲୋକଙ୍କୁ ଏକତ୍ରିତ କରି କମ୍ପାନୀ ଠାରୁ ଜଙ୍ଗଲ ସୁରକ୍ଷିତ କରିବା ପାଇଁ ପଦ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସେମାନଙ୍କ ବଳିଦାନ ଓ ଦୃଢ଼ତା ଆନ୍ଦୋଳନକୁ ଆହୁରି ମଜବୁତ କରିଛି। ନିୟମଗିରି ସୁରକ୍ଷା ସମିତି ଭଳି ସଂଗଠନଗୁଡ଼ିକ ମଧ୍ୟ ସିଜିମଲି ଆନ୍ଦୋଳନକୁ ସମର୍ଥନ ଦେଉଛନ୍ତି।
ଉଭୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶାଳ ସମାବେଶ ଓ ସଭା ଅନୁଷ୍ଠିତ ହୋଇଛି, ଯେଉଁଠାରେ ହଜାର ହଜାର ଲୋକ ଏକତ୍ରିତ ହୋଇ ନିଜର ଭୂମି, ଜଙ୍ଗଲ ଓ ପରିବେଶ ରକ୍ଷା ପାଇଁ ପ୍ରତିଜ୍ଞା ନେଇଛନ୍ତି। ଏହି ଆନ୍ଦୋଳନ କେବଳ ଖଣି ବିରୋଧୀ ନୁହେଁ, ଏହା ଆଦିବାସୀ ଅଧିକାର, ପରମ୍ପରାଗତ ଜଙ୍ଗଲ ଓ ଜୀବବିବିଧତା, ଜଳବାୟୁ ପରିବର୍ତନ ରକ୍ଷାର ଲଢ଼େଇ ସ୍ଥାନୀୟ ଲୋକେ କହୁଛନ୍ତି ଯେ ଖଣି କାର୍ଯ୍ୟ ଆରମ୍ଭ ହେଲେ ସେମାନଙ୍କର ଜୀବିକା, ଜଳ ସ୍ରୋତ, ଜଙ୍ଗଲ ଓ ସାଂସ୍କୃତିକ ଐତିହ୍ୟ ସମ୍ପୂର୍ଣ ବିନାଶ ହେବା ସେମାନେ ସରକାରଙ୍କୁ ଅନୁରୋଧ କରୁଛନ୍ତି ଯେ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ଓ ଗ୍ରାମ ସଭାର ସମ୍ମତି ବିନା କୌଣସି ପ୍ରକଳ୍ପ ଆଗକୁ ବଢ଼ାଯାଇ ନାହିଁ, ତିଜିମଲିର ଏହି ଲଢ଼େଇ ନିୟମଗିରି ଆନ୍ଦୋଳନର ସ୍ମୃତିକୁ ପୁଣି ସଜୀବ କରିଛି। ଏଠାରେ ଲୋକମାନଙ୍କର ଏକତା ଓ ଦୃଢ଼ତା ଦେଖୁବାକୁ ମିଳୁଛି I ସେମାନେ ପ୍ରକୃତିର ସନ୍ତାନ ଭାବରେ ନିଜ ଭୂମିକୁ ମାତୃଭୂମି ଭାବେ ରକ୍ଷା କରିବାକୁ ପ୍ରତିଜ୍ଞାବଦ୍ଧ ଏହି ଆନ୍ଦୋଳନ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ ଆଦିବାସୀ ଅଧିକାର ଓ ପରିବେଶ ସୁରକ୍ଷାର ଏକ ବଡ଼ ଉଦାହରଣ ହୋଇପାରେ। ଲୋକମାନଙ୍କର ଏହି ସଂଗ୍ରାମ ଜୟୀ ହେବ ବୋଲି ସମସ୍ତେ ଆଶା ରଖୁଛନ୍ତି ।


