ହଟିଲା ଆନ୍ଦୋଳନ: ଶିକ୍ଷକ ନିଯୁକ୍ତି କଲେ ବ୍ଲକ ଶିକ୍ଷା ଅଧିକାରୀ

ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ମହୁଲପଙ୍ଖା ପ୍ରାଥମିକ ବିଦ୍ୟାଳୟରେ ରାତି ଅଧିଆ ଶିକ୍ଷକ ବଦଳିକୁ ନେଇ ଗତ ଶୁକ୍ରବାର ଠାରୁ ଗ୍ରାମବାସୀ ମାନେ ଆନ୍ଦୋଳନ ଚଳାଇଥିଲେ। ଏପରିକି ସେହିଦିନ ଠାରୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡ଼ୁ ନଥିଲେ। ଏପରିକି ଶୁକ୍ରବାର ଦିନ ସ୍କୁଲ ସମ୍ମୁଖରେ ଧାରଣା, ସୋମବାର ଦିନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମହିଳା ମାନଙ୍କୁ ବୁଝାସୁଝା କରି ଦୁଇଦିନ ଭିତରେ ଶିକ୍ଷକ ନିଯୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଲପଙ୍ଖା ସ୍କୁଳରେ ନିଯୁକ୍ତି ଦେଇଥିଲେ। ଗ୍ରାମବାସୀ ମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଏପରି ତ୍ୱରିତ ପଦକ୍ଷେପ କୁ ସ୍ଵାଗତ କରିଛନ୍ତି। ସ୍କୁଲ ପରିଦର୍ଶନରେ ଯାଇଥିବା ବିଇଓ ରାଜୀବ ଦଳେଇ ଓ ନବ ନିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଯାଇଥିଲା। ଏହି ସମୟରେ ପ୍ରଧାନଶିକ୍ଷକ ରବି ନାରାୟଣ ଦାସ ମହାପାତ୍ର, ସିଆରସିସି ବିକାଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ