ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ବହୁ ବିବାଦୀୟ ଆଳି ବ୍ଲକର ମହୁ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସରକାରୀ ସହାୟତା ଲୁଟ କରିଥିବା ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେହି ଦୁର୍ନୀତିକୁ ଚପାଇ ଦୁର୍ନୀତିକାରୀ କର୍ମୀକୁ ଆଳି ଠାରୁ ଆରମ୍ଭକରି କେନ୍ଦ୍ରାପଡ଼ା ପ୍ରଶାସନ ସୁରକ୍ଷା ପ୍ରଦାନ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଆଗାମୀ ସାତ ଦିନ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସାତ ଦଫା ଦାବି ପୁରଣ ପର୍ଯ୍ୟନ୍ତ ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଧାରଣା ଦେବେ ବୋଲି ଲିଖିତ ଭାବେ ଆଳି ସିଡିପିଓଙ୍କୁ ଜଣାଇଛନ୍ତି। ଅଭିଯୋଗ ମୁତାବକ ଆଳି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅଧିନରେ ଥିବା ମହୁ ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ସମସ୍ତ ସରକାରୀ ସହାୟତାକୁ ସେହି କେନ୍ଦ୍ରର କର୍ମୀ ହରିଲୁଟ କରିଥିବା ନେଇ ଲଗାତାର ଭାବେ ଗତ ଦୁଇ ବର୍ଷ ହେବ ଗ୍ରାମବାସୀଙ୍କ ସମେତ କେତେକ ବ୍ୟକ୍ତି ବିଶେଷ ଲିଖିତ ଅଭିଯୋଗ କରି ଆସୁଛନ୍ତି। ଅଭିଯୋଗ ଉପରେ କେବଳ ତଦନ୍ତ ହେଉଛି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାରମ୍ବାର ହୋଇଥିବା ତଦନ୍ତରେ ସରକାରୀ ସହାୟତା ଲୁଟ କରିଥିବା ନେଇ ଅଙ୍ଗନୱାଡି କର୍ମୀ ଧରାପଡ଼ିବା ପରେ ମଧ୍ୟ ତାଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସ୍ଥାନୀୟ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି। ଅଙ୍ଗନୱାଡି କର୍ମୀ ଅଭିଯୋଗ କରିଥିବା ଗ୍ରାମବାସୀଙ୍କୁ ଲୁଟ କରିଥିବା ସରକାରୀ ସହାୟତାରୁ ଭାଗ ସ୍ୱରୂପ ଏକ ଲକ୍ଷ ଟଙ୍କା ଦେଇଥିବା ନେଇ ମଧ୍ୟ ସାଙ୍ଘାତିକ ଅଭିଯୋଗ ହୋଇଛି। ଲୁଟ ହୋଇଥିବା ସରକାରୀ ଧନ ସରକାରଙ୍କ ନିକଟକୁ ନଫେରାଇ ଅଭିଯୋଗ କାରୀଙ୍କୁ ଏକଲକ୍ଷ ଟଙ୍କା ଅଙ୍ଗନବାଡ଼ି କର୍ମୀ ଦେବା, ଆଉ ସେହି ଟଙ୍କା ଅଭିଯୋଗ କାରୀମାନେ ନେବା ଅତ୍ୟନ୍ତ ବେଆଇନ୍ କାର୍ଯ୍ୟ। ଏହି ଦୁର୍ନୀତି ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦୁର୍ନୀତି କରିଥିବା ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମେତ ଲୁଟ ହୋଇଥିବା ସରକାରୀ ସହାୟତାକୁ ସରକାରୀ ଖାତାକୁ ଫେରାଇ ଆଣିବା ନିମନ୍ତେ ଆବେଦନ କରିଥିଲେ। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନକୁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଧେଶ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନର ଏକ ତଦନ୍ତକାରୀ ଦଳ ତଦନ୍ତ ଆଳରେ ଏକ ଫର୍ଜୀ ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରି ଦୁର୍ନୀତି ଗ୍ରସ୍ଥ ଅଙ୍ଗନୱାଡି କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରିଥିବାରୁ ଏହି ତଦନ୍ତ କରିଥିବା ସମସ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ କରିବା ପାଇଁ ଅଭିଯୋଗ କାରୀ ଦୁଷ୍ମନ୍ତ ଦାବି କରିଛନ୍ତି। ଦୁର୍ନୀତିକାରୀ ଅଙ୍ଗନବାଡ଼ି କର୍ମୀ ଏକଲକ୍ଷ ଟଙ୍କା ଅଭିଯୋଗ କରୀଙ୍କୁ କାହିଁକି ଦେଲେ? ତାର ସଠିକ ତଦନ୍ତ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ହୋଇଥିବା ସରକାରୀ ସହାୟତା ଲୁଟ ଘଟଣାରେ ଉଚ୍ଚ ନ୍ୟାୟଳୟଙ୍କୁ ଦିଆଯାଇଥିବା ବିଭ୍ରାନ୍ତି କରଣ ତଥ୍ୟ ବା ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ପ୍ରକୃତ ସତ୍ୟାସତ୍ୟ ଘଟଣା ସ୍ପଷ୍ଟ ଭାବେ ପ୍ରଦାନ ସମେତ ପ୍ରଶାସନ ପକ୍ଷରୁ ଅଭିଯୋଗକରୀଙ୍କ ବିରୁଦ୍ଧରେ ପୋଲିସରେ ମିଛ ମାମଲା ରୁଜୁ କରିବା ଭଳି ସାତ ଦଫା ଦାବି ପୂରଣ ପାଇଁ ଆଗାମୀ ସାତ ଦିନ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଳି ସିଡ଼ିପିଓଙ୍କ ନିକଟରେ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଯଦି ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ନହୁଏ ତେବେ ସାତ ଦିନ ପରେ ସମସ୍ତ ଦାବି ପୁରଣ ପର୍ଯ୍ୟନ୍ତ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ବହୁ ସାମାଜିକ କର୍ମୀ ଓ ବ୍ୟକ୍ତି ବିଶେଷ ଆଳି ସିଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏବାବଦରେ ଆଳି ସିଡ଼ିପିଓ ମାମିନାବାଳା ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ଆଜି ନୁହେଁ ବହୁ ପୂର୍ବରୁ ଏହି ଅଭିଯୋଗ ବାରମ୍ବାର ହୋଇ ଆସୁଛି। ଅଭିଯୋଗ ଉପରେ ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ଅନ୍ତ ଘଟାଇବେ ବୋଲି ସେ କହିଛନ୍ତି।


