ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ଗଜପତିରେ ବିକ୍ଷୋଭ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ବରର୍ବରତାକୁ ବିରୋଧ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦଶନ ଜରାଯାଇଛି.  ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ବାଂଲାଦେଶରେ ରହୁଥିବା ହିନ୍ଦୁ ମାନଙ୍କ ସୁରକ୍ଷା ଦାୟିତ୍ୱ ଭାରତ ସରକାର ବହନ କରନ୍ତୁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପ୍ରତିନିଧିମାନେ ଦାବି କରିବା ସହ ଓଡିଶାର ବିଭିନ୍ନ ଜିଲ୍ଲାରେ  ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସମ୍ପୂର୍ଣ ଭାବେ ରୋକାଯିବା ସହ ଓଡ଼ିଶାରେ ଛଦ୍ମବେଶୀ ଭାବେ ରହିଥିବା  ବାଂଲାଦେଶୀମାନଙ୍କୁ ରାଜ୍ୟରୁ ବିଦା କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ