ଭୁବନେଶ୍ୱରଠାରେ ବିଜେଡି ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ବର ବିଜୁ ଜନତା ଦଳ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ଭୁବନେଶ୍ୱରର ଲୋକସଭା ଭବନ ଘେରାଉ ବେଳେ ବିଜେଡି କର୍ମୀଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବାଲେଶ୍ବର ସଦର ବିଜେଡି ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ଫକୀର ମୋହନ ଗୋଲାଇରୁ ବାହାରି ସହର ପରିକ୍ରମା କରିବା ସହ ଆଜି ଭୁବନେଶ୍ୱର ବିଜେଡି ନେତା ଓ କର୍ମୀଙ୍କ ଉପରେ ପୋଲିସ ଯେଉଁ ଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଛି ଏହାକୁ ଦୃଢ ଭାବରେ ବିରୋଧ କରାଯିବା ସହ ଏ ଘଟଣାରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ପ୍ରତ୍ୟେକ ତତ୍ବାବଧନରେ ମୁନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ,ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ରଞ୍ଜନ ବାଗ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ,ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି,କାଉସିଲର ମିତା ପଟ୍ଟନାୟକ,କବିତା ମୃମୁ,ମିରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତା ରାଣୀ ଦାସ,ଶଶିରେଖା ମହାନ୍ତି,ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ,ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉନସିଲର  ସାକିର ଖାନ,ଧନଞ୍ଜୟ ଜେନା,ସଂଜୟ ବେହେରା,ବିଶ୍ବଜିତ ମହାପାତ୍ର,ନଳିନୀ ରଂଜନ ଦାସ,ରିତିକ ଜୀ,ଅଶୋକ ଆଢ୍ୟ,ଜଗନ୍ନାଥ ମହାରଣା,ଅଶୋକ ଦାସ,ସୁନିଆ ମୃମୁ,ଅତୁଲ ଶତପଥୀ,ଦେବାଶିଷ ଦାଶ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ